ଏଇ ରାତିଟା କେବଳ - ରାଜେଶ ପୂଜାରୀ

ଏଇ ରାତିଟା କେବଳ - ରାଜେଶ ପୂଜାରୀ

ଆସୁନ..
ଏଇ ରାତିଟା କେବଳ
ତା'ପରେ
ତୁମ ମୋ ଭିତରେ
ଅପହଞ୍ଚ ଦୂରତା
ଦୀପ ତଳ ଯେମିତି ଅନ୍ଧକାରେ।

ମୁଁ ସେମିତି ଥାଇ ବି କିଛି
ପାରିବିନି କରି
କିଂକର୍ତ୍ତବ୍ୟେ ଟୁକ୍ ଟୁକ୍ ଚାହାଁଚାହିଁ
ଅଚିହ୍ନା ଅଜଣା ପରି
ଉଭୟ ବଢ଼େଇବା ହାତ
ହେଲେ ପୁଣି ନେବା ଅପସାରି।

ଜଗିଅଛି ପ୍ରତ୍ୟହ ପ୍ରାୟେ
ତୁମ ଘର ପଛ ଆମ୍ବବଣେ ପ୍ରିୟେ
ଯେଉଁଠାରେ
ଅନ୍ତର୍ବେଦନା ଯେତେର ଭାଗବଣ୍ଟା କରି
ହାଓ୍ୱା ପରି ଉଶ୍ବାସ ହେଲା ପରେ
ତମ ଲାଜଲାଜ ହରିଣୀ ଆଖିରେ
ସଫା ବାରିହୁଏ
ନଦୀଟେ ସମୁଦ୍ରକୁ କୁଦି ପଡ଼ିବାର ବ୍ୟାକୁଳତା
ଯାହା ମୋ ମନରେ ଆଙ୍କିଦିଏ
ସ୍ବପ୍ନ ଓ ଅଭୀପ୍ସାର ଫେଣ୍ଟାଫେଣ୍ଟି ନକ୍ସାଟିଏ।

ଆସୁନ...
ଖେଳିବା-ବୁଲିବା
ହଜିବା-ଖୋଜିବା
ହସିବା-କାନ୍ଦିବା
ବିରଖତେଇ ଯିବା ଯାଏ
ଭୋର୍ ହେବା ଯାଏ।

କାହିଁକି ନା...
ସକାଳ ମୁରୁକି ହସିଲା କ୍ଷଣି
ତମେ ଆଉ ନଥିବ ତୁମେ ହୋଇ
ହୋଇ ସାରିଥିବ ଅନ୍ୟଏକ କୁଞ୍ଜବନ ରାଇ
ହେଲେ ବଂଶୀ ଶୁଭିବନି କି'
ନୂପୁର ଛିଡ଼ିବ ନାହିଁ।


କୁଶମେଲ, ଝାରସୁଗୁଡ଼ା

2 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।