Information

ସମ୍ବଲପୁରୀ କବିତା - ତୁମର ଗଲା ଦିନୁ - ରାଜେଶ ପୂଜାରୀ

ତୁମର ଗଲା ଦିନୁ
ଦାଇ ସାରଲା ଟିକରା ଲେଖେ
ମୋର ମନର ବିବରନ୍ କାନଭାସେ
ଲମରୁ ନୁହେଁ ଯହ ଲମରୁ
ଉବେଲ ଗର୍ହନର ଝିମ୍ କଲା ଘୁରେନ ।

ସମିଆ ଝରନାରାନୀ
ନିଜର ଭାବେ ଯାଏ ଝରି
ସୁଖର ଦୁଖର ଘାଟ ଡେହେଁକି କରି
ଲେକିନ୍ ମୁଇଁ ମୋର
ଭିତରେ ନ ଅଟକିଛେଁ
ପାଲଭୁତ ସରି,
ଯେନୁ ମୋର ଅଁର୍ରାଗିପନେ-
ହେଇ ବାଏବିଛୋ ମତେ ଛାଡ଼ି
ତମେ ଗୁଟେ ଚରେଇ ହେଇ
ଉଡ଼ିଗଲ ଡେନା ଝାରି ।

ଲାଗଲା ଉଶାସ ହେଲା ସବୁ
ହେଲେ ଉଜନ୍ ହିଁ ଉଜନ୍
ବୋଝ ଅବଗା ବୋଝ ।

ପହେଲ ପୁଲିସ୍ ବାଗିର
ତୁମର ଜୁଗାଜୁଗି
ସ୍ବାଧିନତାକେ ଦେଉଥିଲା ଚକୁ ଭୁଗି
ହେଲେ ଏଭର ଇ ସ୍ବାଧିନତା
କଁଟା ଲେଖେ ଦିଏ ଦାଗି ।

ଆରୁ କେନ୍ତା ଯେ
ନାମହେଁ ମନ ନାଇଁ
ନୀଲି ପତଙ୍ଗ ହେଇ ଉଡ଼ବାର
ମୟୁର ହେଇ ନାଚବାର
ଏଭେ ଗୁହେର ମନ ମୋର
ତମର ନେ ସଅଁପି ହେବାର
ତମର କାନି ପନତେ ଗୁରହେଇ ହେବାର ।

ମୁଇଁ ଭୋଲଥିସିଁ ନିଜେ ନିଜର ଭିତରେ
ସୁରତା ଫରଦର ସୁନା ଜୁର୍ ଜୁର୍
ବେଲାଘଡି କେ ସତେଜ କରବାରେଁ
ଲହ ଲହୁର ଉଷୁମ ଧାରେ ।

ଜନ୍ ଉକିଆ ଗଲା ହେଇ
ମୋର ଉଆଁସ ରାତି
ବାକି ସମକିରି ସୁଖ ଶୀତଲି
ମୋର ଦୁଖ ତାତି
ଥିଲା ଯାହା ରଙ୍ଗୀନ
ତୁମର ବିନେ ଗଲା ହେଇ
ଚଟ୍ ମରୁର ଛିନଛତର ଲେଖେ
ରଙ୍ଗ ରସ ବାସ ହୀନ ।

କରିଛେଁ ବଲି ଭୁଲ୍
ଦରଦ ଉଦିଆନେ ସମି
ଲହୁଲୁହାନ ହେଇ
ଟୁଲିଛେଁ କ୍ଷମା ଫୁଲ ।

ପାରମି ଯଦି ଭେଟି
କ୍ଷମା ମିଲୁ କି'ନାଇଁ
ପାହାତଲେ ଯିବି ଲୁଟି ।


କୁଶମେଲ, ଝାରସୁଗୁଡ଼ା

Post a Comment