OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଏବେବି ରେବତୀ ବଞ୍ଚିଛି - ଗୋପାଳ ଚନ୍ଦ୍ର ସାଓ

ଏବେବି ରେବତୀ ବଞ୍ଚିଛି - ଗୋପାଳ ଚନ୍ଦ୍ର ସାଓ

ଏବେବି ସେ ରେବତୀ ବଂଚିଛି
ଫରକ ଏତିକି ଯେ
ସେତେବେଳେ ଖାଲି
ନିନ୍ଦା ଅପବାଦ
ସହି କାନ୍ଦୁଥିଲା ହେଲେ ...
ଏବେ ଦୁଇ ପାଦ ଆଗେଇ ଯାଇଛି
କେତେବେଳେ ସିଏ ନିର୍ଯାତିତା ତ
କେତେବେଳେ ନିର୍ଯାତନା ଦେଉଛି
କେତେବେଳେ ଯୌତୁକ ନିଆଁ ରେ
ଜଳୁଛି ତ କେତେବେଳେ ବୀରହ ନିଆଁ ରେ ନିଜେ ନିଆକୁ ଜାଳୁଛି
ପୁଣି କେବେ ପାଠ ପଢି ଆଗକୁ ବଢୁଛି ତ କେବେ ନିଜ ଗୋଡେ ବୁଡ଼ିଆ ମାରୁଛି
....ତଥାପି
ଏବେବି ରେବତୀ ବଂଚିଛି
କେବେ ରେବତୀ ହୋଇ ସିଝୁଛି ତ
ଆଉ କେବେ ରେବତୀ ପାଇଁ
ଦୁଃଖ ଯନ୍ତ୍ରଣା ବାଢୁଛି
ନିଜେ ନିଜକୁ ବିକଳାଙ୍ଗ କରି
ଦୁନିଆଁ କୁ କାରଣ ପଚାରୁଥିବା
ରେବତୀ ବି ଏଠି ରେବତୀର ଠିକଣା
ଓ ପରିଚୟ ପଚାରି ବସୁଛି
ମୁଁ କହିବି ଏବେବି ରେବତୀ ବଞ୍ଚିଛି


ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

0 Comments