Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବରଷି ଯାଅନି ବରଷା - ଜିତେନ୍ଦ୍ର ସାହୁ

ବରଷି ଯାଅନି ଆଗୋ ଏ ବରଷା
ରୁହ ତମେ ଟିକେ ନୀରବ,
ଅସହାୟ ଜଣେ ମାଆଟିଏ ମୁଁ
ବୁଝ ଥରୁଟେ ମୋ ଦରଦ,,।।
ନାହିଁ ଯମା ଘର ଚାଳକି ଛପର
ଖାଇବାକୁ ମୁଠେ ଆହାର,
ତିନୋଟି ଛୁଆକୁ ତଥାପି ପାଳୁଛି
ପେଟକୁ କାଟିକି ମୋହର,,।।
ସଡକ କଡରେ ପାଲଟିଏ ଟାଣି
ରହୁଥିଲୁ ଯେ ମିଳିମିଶି,
ତମେତ ଆସିବା ଟିକିଏ ପୂର୍ବରୁ
ଉଡିଗଲା ସେ ସବୁ ଖୁସୀ,,।।
ତମରି ଛିଟାରେ ମୋ ଛୁଆ ସତରେ
ହୋଇଗଲେଣି ବେଶି ଓଦା,
ମାଆ ମନ ମୋର ଯମାରୁ ବୁଝୁନି
ଲାଗୁଅଛି ଅନେକ ବାଧା,,।।
ଚିରା ଫଟା ମୋର ପଣତକାନୀଟା
ପାରୁନାହିଁ ଦେଇ ସୁରକ୍ଷା,
ଅସହାୟ ଏଇ ଦୁଃଖିନୀ ମାଆକୁ
ତମେ ହିଁ କରି ପାରିବ ରକ୍ଷା,,।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments