Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଯତି ବଚନ - ଲକ୍ଷ୍ମଣ କୁମାର ବେହେରା

ମଦ ମାଉଁସ ଭକ୍ଷଣ
ଚୋରି ଦାରୀ ସ୍ତ୍ରୀ ହରଣ
କଳିଯୁଗ କହେ ଯେ',
ଶାନ୍ତି ପାଇଁ କଳିଗୋଳ
ଧର୍ମକୁ ସରବେ ଶୂଳ
ଜୀବେ ଜାଣି ଥାଅ ଯେ' । ।। ୧୩ ।।

ଅଧର୍ମକୁ ସୁସମ୍ମାନ
ଧର୍ମର ହୋଇବ ଲୀନ
ଜ୍ଞାନ ହେବ ଭ୍ରଷ୍ଟ ଯେ',
ଧର୍ମ ଶାସ୍ତ୍ର ସର୍ବେ ଜାଣି
ଭାଷିବେ ଅଧର୍ମ ବାଣୀ
ଜୀବେ ଜାଣି ଥାଅ ଯେ' । ।। ୧୪ ।।

ଭାଇ ଭାଇ ମଧ୍ଯେ କଳି
ହିଂସାକାଣ୍ଡ ପାପ ବଳୀ
ପାପୀ ବଳୀୟାନ ଯେ',
ଜୀବକୁ ଜୀବ ଖାଇବେ
ମିଛ ମାୟାରେ ମୋହିବେ
ଜୀବେ ଜାଣି ଥାଅ ଯେ' । ।। ୧୫ ।।

ଦେଖ ଯେଉଁ ରୂପ ଗୋଟି
ଯଉବନେ ଉଠେ ଫୁଟି
ଅନ୍ତେ ହୁଏ ଲୀନ ଯେ',
ସୌଖିନ ଭୋଗ ବିଳାସ
ବଳ ଗଲେ ସବୁ ନାଶ
ଜୀବେ ଜାଣି ଥାଅ ଯେ' । ।। ୧୬ ।।

ବଳ ଥିଲେ ପାପ କର୍ମ
ଚିତ୍ତେ ନ ପଶେ ଧରମ
ମରମ କାନ୍ଦଇ ଯେ',
ପିତାମାତା ନ ପୂଜିଲେ
କିସ ହେବ ଜ୍ଞାନୀ ହେଲେ
ଜୀବେ ଜାଣି ଥାଅ ଯେ' । ।। ୧୭ ।।

ଅନ୍ଯାୟ ଅଧର୍ମ ହିଂସା
ଅଭିମାନ ରାଗ ରୁଷା
ବଳ ବୀର୍ଯ୍ଯ ବଳେ ଯେ',
ଆସିବ ଏମିତି କାଳ
ନ ଥିବ ଶରୀରେ ବଳ
ଜୀବେ ଜାଣି ଥାଅ ଯେ' । ।। ୧୮ ।।

ଭାବି ଆତ୍ମିୟ ସୋଦର
ଦୋଷ ନିବାର ତତ୍ପର
ମୁର୍ଖ ବୋଲାଇବ ଯେ',
ବିଶ୍ବାସ ଯହିଁ ନ ଥିବ
ସୁଖ ଶାନ୍ତି ନ ମିଳିବ
ଜୀବେ ଜାଣି ଥାଅ ଯେ' । ।। ୧୯ ।।

କୁଳାଙ୍ଗାର ପୁତ୍ର ଗୋଟି
ବଂଶ ନାଶଇ କପଟୀ
ସତ୍ୟ ୟେ ବଚନ ଯେ',
ଧର୍ମୀ ରାଜା ପାଳେ ପ୍ରଜା
ଅଧର୍ମୀର ପାପ ଖୋଜା
ଜୀବେଜାଣି ଥାଅ ଯେ'। ।। ୨୦ ।।


କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ- ୦୯୬୬୮୨୪୨୭୨୦

Post a Comment

0 Comments