Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୌସୁମୀ ବର୍ଷା ଓ ବନ୍ୟା - ତପସ୍ଵିନୀ ଦାଶ

ମୋର ଲାବଣ୍ୟମୟୀ ରୂପକୁ
ତମେହିଁ ଶୁଣାଉଥିଲ ନା ଆବାହନୀ
ସଂଗୀତ
ପ୍ରେମର ଓଂ କାର
ପ୍ରଣୟ ର ମହାମନ୍ତ୍ର
ତମେ ହିଁ ମୋ ପିଠି ଥାପୁଡ଼ାଇ
କହୁଥିଲ ନା ତମ ବିନା ମୋ ଜୀବନ
ଅଧୁରା
ମୋତେ ପାଇ ହେଲନାହିଁ ତ
ସ୍ୱୟଂ ସମ୍ପୂର୍ଣ୍ଣ
ଖୋଜିଲ ଟଙ୍କା ସୁନା ଯାନି ଯୌତୁକ
ଆହୁରି କେତେ କେତେ ଗହଣା
ତା ବିନା ଢାଳିଦେଲ କେବେ ଏସିଡ
କେବେ କେବେ ନିଆଁ
ମୌସୁମୀ ଟା ତମ ହାତେ
ବନିଗଲା ତୁଚ୍ଛା ଖେଳଣା

ତମ ଦେହ ତାପ
କେବେ କେବେ ପାପ
ଧୋଇଦେବାକୁ ତମେହିଁ ମୋତେ
ଦେଇଥିଲ ନା ଗୁପ୍ତ ମନ୍ତ୍ରଣା
ଯେତେ ବି ହେଉ ଯନ୍ତ୍ରଣା
ଶପଥ କରିଥିଲି
ନିଜେ ପଛେ ହୁଏ କର୍ଦମାକ୍ତ
ଧୋଇଦେବି ପାପ ପଙ୍କ କୁ
ଆପଣେଇ ନେବି
ହେଲେ ତୁମେ
ଢାଳିଦେଲ ସବୁତକ ଜହର
କରାଇଲ ଅମ୍ଳ ବର୍ଷା
ଥରେ ତ ଭାବିଲନି
ମୋ କଥା

ଆଜି ତୁମ ଡାକକୁ କରିନି ଅପେକ୍ଷା
ମୁଁ ଆସିଛି
ତୁମର ସବୁ ଅହଂ
ସବୁ ଗର୍ବ ଅହଂକାର କରିବାକୁ ଚୁନା
ମାନିବିନି ମନା
ମୋ ପ୍ରଳୟଙ୍କରୀ
ବନ୍ୟା ର ସୁଅରେ ଭସାଇ ଦେବି
ସାଗର ଗର୍ଭରେ ମୁଁ ଫିଙ୍ଗିଦେବି
ସେଥିରୁ ତୁମେ ଉଧାଅ କି ନା
କରିବିନିି ଏତେ ଟିକେ କଳ୍ପନା
ଆଜି ମୁଁ ବନ୍ୟା


ତପସ୍ୱିନୀ ଦାଶ
ବୁଢ଼ୀ ଖମାରି ଶାସନ, ଭଂଜପୁର, ବାରିପଦା

Post a Comment

0 Comments