ମାଗିବିନି ପ୍ରେମ ମୂଲ - ସିଦ୍ଧେଶ୍ଵର ତ୍ରିପାଠୀ

ମାଗିବିନି ପ୍ରେମ ମୂଲ - ସିଦ୍ଧେଶ୍ଵର ତ୍ରିପାଠୀ

ଭଲ ପାଉଥିଲି ଅତୀତେ ତୁମକୁ
ଏବେବି ପାଉଛି ଭଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ ।

ତୁମେ ମୋ ସାଥିରେ ଛଳନା କରିଲ
ବିଶ୍ୱାସରେ ଦେଲ ବିଷ
ଈଶ୍ୱରଙ୍କୁ କରେ ନିତି ନିବେଦନ
ତୁମ ଓଠେଫୁଟୁ ହସ ।


ଜହ୍ନ ଜୋଛନା ରେ ଭିଜେଇଇବ କହି
ଉଆଁସରେ ହଜେଇଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ - - - -

ହସିଉଠୁ ପ୍ରିୟା ତୁମରି ସଂସାର
ସ୍ୱାମୀ ସନ୍ତାନଙ୍କୁ ପାଇ
ମୋ ଜୀବନେ ଆସୁ ଦାରୁଣ ନିଦାଘ
ତୁମ ପାଇଁ ଥାଉ ଛାଇ ।


ମଲା ଯାଏଁ କିନ୍ତୁ ଭୁଲି ପାରିବିନି
ଯାହା ତୁମେ ଦେଇ ଗଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ - - - -



ସିଦ୍ଧେଶ୍ବର ତ୍ରିପାଠୀ,
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
ଦୂରଭାଷ: ୮୦୧୮୬୪୬୭୦୪

4 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।June 21, 2018 at 11:13 PM

    ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ଭାବାବେଗ ।
    ଧନ୍ୟବାଦ

    ReplyDelete
  2. ଭଲ ଲାଗିଲା।

    ReplyDelete
  3. ବହୁତ ବହୁତ ଧନ୍ୟବାଦ

    ReplyDelete
  4. ବହୁତ ବହୁତ ଧନ୍ୟବାଦ ସାର୍

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।