କ୍ଷୁଦ୍ରଗଳ୍ପ - ଶୂନ୍ୟଫଳ - ତପସ୍ୱିନୀ ଦାଶ

କ୍ଷୁଦ୍ରଗଳ୍ପ - ଶୂନ୍ୟଫଳ - ତପସ୍ୱିନୀ ଦାଶ

ପ୍ରଭୁ ତରୁଣୀ ର ତପସ୍ୟାରେ ସନ୍ତୁଷ୍ଟ ହେଲେ । କହିଲେ ଯାହା ମାଗୁଛୁ କେବଳ ଗୋଟିଏ ସ୍ଥୂଳ ବର ମାଗି ପାରିବୁ । ତ୍ରୁରୁଣୀ ଟି ବହୁତ ଚିନ୍ତା କରି କହିଲା ପ୍ରଭୁ ଗୋଟି ପୂର୍ଣ୍ଣ ତୁଳା ବସ୍ତା ଦିଅନ୍ତୁ । ପ୍ରଭୁ ତଥାସ୍ତୁ କହି ଉଭାନ ହୋଇଗଲେ । ତରୁଣୀ ର ମନରେ ଅନେକ ସ୍ବପ୍ନ ଥିଲା । ଭାବିଲା ପ୍ରଥମେ ତୂଳାରେ ଗୋଟିଏ ଭଲ ତକିଆ ଓ ଗଦି ବନେଇବି ।ଶାନ୍ତିରେ ଶୋଇ ଶୋଇ ସ୍ବପ୍ନ ଦେଖିବି । ଖୋଲା ପଡିଆ କୁ ନେଇ ଖୁସିରେ ଆତ୍ମହରା ହୋଇ ପ୍ରଥମେ ଅନେକ କିଛି ପାଇଯିବା ଖୁସିରେ ତୂଳା ବସ୍ତା ଖୋଲି ନାଚିଗଲା । ତାପରେ ଗଦି ତକିଆ ବନାଇବା ପାଇଁ ଆରମ୍ଭ କରିବାକୁ ବୁଲି ପଡିଲା ।ଏତେ ଜୋରରେ ପବନ ବହିବ ସେ ଭାବି ନ ଥିଲା । ତେଣୁ ପବନ ସ୍ଥିର ହେଲେ କରିବ ଭାବି ବସି ରହିଲା। କିଛି ସମୟ ପରେ ପବନ କମି କମି ଆସିବା ଦେଖି ଏଇଟାହିଁ କାମ ର ପ୍ରକୃଷ୍ଟ ସମୟ ଜାଣିଲା । କିନ୍ତୁ ଏ କଅଣ ମୁଠାଏ ତୂଳା ସେଠାରେ ନ ଥିଲା ।ପଡିଆ ସାରା ଚାରିଆଡ଼ ତୂଳା ହିଁ ତୂଳା ।ଏଣେ ଧାଇଁଲା ତେଣେ ଧାଇଁଲା ତୂଳା ପଛେ ପଛେ ଧରିବାକୁ ପାଗଳ ପରି ।ମୁଠାଏ ବି ତୂଳା ଧରି ପାରିଲାନି। ସୁଖ ନିଦ୍ରା ସୁନେଲି ସ୍ବପ୍ନ କଥା ଏକବାରେ ଭୁଲି ଗଲା । ତଥାପି ନିରାଶ ହେଲାନି ।ଯେମିତି ହେଉ ଜୀବନ କାଳରେ ସେ ତୂଳା କୁ ଖୋଜି ଗୋଟାଇ ଆଣିବାର ସ୍ବପ୍ନ ମନରେ ଦୃଢ଼ୀଭୂତ ହେଲା । ଧାଇଁଲା ଖାଲି ଧାଇଁଲା। ସରି ସରି ଆସୁଛି ଜୀବନ।ସନ୍ଧ୍ୟା ଉପନୀତ । ଗଦି ,ତକିଆ ନ ହେଲା ନାହିଁ। ସେ ବର ଦେଇଥିବା ଭଗବାନ ଙ୍କୁ ଖୋଜିବାକୁ ବାହାରିଲା ପଚାରିବ ଯେ ସେ ତ ଖାଲି ତୂଳା ମାଗିଥିଲା । ତା ସହ ସେ ପବନ ଦେଲେ କାହିଁକି । ତା ସହ ତାକୁ ଗଦି ତକିଆ ବନାଇବା ଇଛା, ତା ସହ ସ୍ବପ୍ନ ଦେଖି ଦେଖି ଶାନ୍ତିରେ ଶୋଇବାର ଏକ ମନ ଦେଲେ କାହିଁକି। ସେ ତ ଏତେ ସବୁ ମାଗି ନ ଥିଲା । ଖୋଜିଲା ସେ ବର ଯାଚିବା ଠାକୁର ଙ୍କୁ।

ଜୀବନ ର ସନ୍ଧ୍ୟା କାଳରେ ସତକୁ ସତ ଭେଟ ହେଲା ସେ ଠାକୁରଙ୍କ ସହ ।ସବୁ ଶୁଣିଲେ ଭଗବାନ, କହିଲେ ରେ ତରୁଣୀ ! ଯୋଉ ଠି ତରୁଣୀ ର ଜୀବନ ଜୀଇଁବା ମନା ସେଠି ତୁ ତୂଳା ମାଗିଲୁ।ତୋ ଆଭିପ୍ରାୟ ମୁଁ ଜାଣିଥିଲି ।କାରଣ ତୁ ଶାନ୍ତିର ନିଦ ସହ ସ୍ବପ୍ନ ଦେଖିବାର ମନ କଲୁ ।ତୋତେ ମୁଁ ସେତକ ଦେଇଥିଲେ ତୁ ନିଶ୍ଚୟ ମୋତେ ଶୋଇବାକୁ ଦେଇ ନ ଥାଆନ୍ତୁ ସେ ସ୍ବପ୍ନ କୁ ସାକାର ନ କରିବା ଯାଏ । ଆଉ କଣ ପଚାରିବାକୁ ଉଦ୍ୟତ ହେବା ବେଳକୁ ଦିଅଁ ସେଠାରେ ନ ଥିଲେ ।



ବୁଢିଖମାରୀ ଶାସନ, ଭଞ୍ଜପୁର, ବାରିପଦା

0 Comments