ମୋ ଗାଁ ରେ ରଜ - ସିଦ୍ଧେଶ୍ଵର ତ୍ରିପାଠୀ

ମୋ ଗାଁ ରେ ରଜ - ସିଦ୍ଧେଶ୍ଵର ତ୍ରିପାଠୀ

ରଜ ଆସିଗଲେ ମୋ କୁଣ୍ଡିଲୋ ଗାଁ'
ସବୁଠୁ ସୁନ୍ଦର ଦିଶେ
ଘରେ ଘରେ ଦୋଳି ଲାଗିଥାଏ ପୁଣି
କେତେ ପିଠା ପଣା ବାସେ ।

କୁଆଁରୀଏ ସାରି ଗାଧୁଆ ପାଧୁଆ
କେତେ ସଜବାଜ ହୋଇ
ବାଉଁଶ ଦୋଳିରେ ଝୁଲୁ ଥାନ୍ତି ଦେଖ
ରଜ ଗୀତ ଗାଇ ଗାଇ।


ଗ୍ରାମ ଦେବତୀ ମୋ ବ୍ରାହ୍ମଣୀଦେବୀଙ୍କ
ଚାଲେ ପୂଜା ଆରାଧନା
ହୋମ ଯଜ୍ଞ ଶେଷେ ମାଆଙ୍କ ନିକଟେ
ଉଡ଼ଇ ବିଶାଳ ବାନା ।

ସଞ୍ଜ ଆସିଗଲେ ସତ୍ୟ ନାରାୟଣ
ବିରାଜନ୍ତି ଆସ୍ଥାନରେ
ଚାରି ରାତି ବାଦୀ ପାଲା ଦେଖା ହୁଏ
ବନ୍ଧୁ ବାନ୍ଧବ ସାଙ୍ଗରେ ।


ଗ୍ରାମରେ ରହିଛୁ ସର୍ବେ ଆନନ୍ଦରେ
(ବ୍ରାହ୍ମଣି) ଦେବୀଙ୍କ କରୁଣା ପାଇ
ଯେଉଁଠି ଥିଲେବି ରଜ ପରବକୁ
ଗାଁ'କୁ ଆସିବୁ ଧାଇଁ ।



ସିଦ୍ଧେଶ୍ବର ତ୍ରିପାଠୀ (କବିର ଘର)
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,
ମୋ- 8018646704

1 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।June 16, 2018 at 1:03 AM

    ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ଭାବାବେଗ ର କବିତାଟିଏ ।
    ବହୁତ ଧନ୍ୟବାଦ ।
    ଭଲ ଲାଗିଲା ବହୁତ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।