ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଫୁଲରେ ଫୁଲ - ଅନାମ ଚରଣ ସାହୁ

ଫୁଲରେ ଫୁଲ - ଅନାମ ଚରଣ ସାହୁ

ଫୁଲରେ ଫୁଲ ତୁ' ମୋ ନିଜର ଅତି
ଭଲ ମୁଁ ପାଉଛି ତୋତେ କି ଦିନରାତି ।(ଘୋଷା)

ରୂପ ତୋ କୋମଳ ଧାରି ସୁନ୍ଦର ତନୁ
କେମିତି ଭୁଲିବି କହ ମୋହରି ମନୁ
ସଂସାରେ ଫୁଟୁରେ ତୁହି ଜାତିକି ଜାତି ।୧।

ଧଳା କଳା ନାଲି ନେଳି କେତେ ରଙ୍ଗର
ପରଜାପତି ଚୁମଇ ତୋର ଅଧର
ଭୁଲିଯାଏ ଦିନରାତି ପ୍ରେମରେ ମାତି ।୨।

ଦେବାଦେବୀ କରେ ପୂଜା ଦେଇ ମୁଁ ତୋତେ
ଅାନନ୍ଦ ଦଉଛୁ କେତେ ତୁ ନାନା ମତେ
ତୋ' ସହ ହସିଖେଳି ଖୁସି ମୁଁ ନିତି ।୩।

ବୀରଙ୍କର ଚଲାପଥେ ଗଲେ ତୁ ଶୋଇ
କୋଟିଜନ୍ମ ପୁଣ୍ୟଫଳ ଲଭୁରେ ତୁହି
ସବୁଦିନ ଖୁସିମାଗେ ହାତ ମୋ ପାତି ।୪।



ବିଭୁତିପୁର, କାକଟପୁର, ପୁରୀ,
ମୋ: ୯୯୩୭୨୧୦୨୬୦

6 Comments

  1. ସ୍ମୃତି ରଂଜନ ନାୟକJune 23, 2018 at 11:25 AM

    ବହୁତ ସୁନ୍ଦର କବିତା

    ReplyDelete
  2. Anam charan sahooJune 23, 2018 at 11:37 AM

    ଧନ୍ୟବାଦ ବନ୍ଧୁ

    ReplyDelete
  3. ହେମନ୍ତ କୁମାର ବରାଇJune 24, 2018 at 11:48 PM

    ବହୁତ ଭଲ ବର୍ଣ୍ଣନା କରିଛନ୍ତି ,ନମସ୍କାର

    ReplyDelete
  4. ଅନାମ ଚରଣ ସାହୁJune 25, 2018 at 12:36 AM

    ଅାପଣଙ୍କୁ ଅନେକ ଅନେକ ଧନ୍ୟବାଦ

    ReplyDelete
  5. ଜିତେନ୍ଦ୍ର କୁମାର ପାଲJune 25, 2018 at 3:22 PM

    ବହୁତ ସୁନ୍ଦର କବିତା

    ReplyDelete
  6. ଅନାମ ଚରଣ ସାହୁJune 25, 2018 at 4:48 PM

    ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।