ନିଃସଙ୍ଗତା - ପ୍ରଶାନ୍ତ ମହାପାତ୍ର

ନିଃସଙ୍ଗତା - ପ୍ରଶାନ୍ତ ମହାପାତ୍ର

ନିଃସଙ୍ଗତା ମୂହୁର୍ତ୍ତ ରେ
ଯେବେ ଚତୁଃପାର୍ଶ୍ୱ କୁ ଦେଖେ
ପତ୍ରଟିଏ ପଡିଲେ
ପ୍ରଚଣ୍ଡ ଶବ୍ଦ ବୋଲି ଭାବେ.....॥

ଘଣ୍ଟା କଣ୍ଟାର ଟିକ୍ ଟିକ୍
ଆଉ ମଶାମାଛି ର ଗୁଣ୍ ଗୁଣ୍
କାନ୍ଥ ଉପରେ ଝିଟିପିଟି
ଆଉ ତଳେ ମୂଷା ର ଚିଁ ଚିଁ ଶବ୍ଦ
ଏଇତ ସବୁ ସାଥୀ
ଏଇ ନିଃସଙ୍ଗ ମୂହୁର୍ତ୍ତ ର.....॥



ଚାରିପଟେ ତୋଫା ଆଲୋକ
କିନ୍ତୁ ଅନ୍ଧକାର
କାନ ଫାଟିବା ଭଳି କୋଳାହଳ
ତଥାପି ଶୂନ୍ ଶାନ
ନିର୍ଜନ ମରୁଭୂମି ରେ
ପଥିକ ର ପାଦ ଶବ୍ଦ ପରି
ଲୁହ ଆଉ ନିଃଶ୍ୱାସ ର
ମନ୍ଥର ଓ ତୀବ୍ର ଗତି.....॥

ଆଖୀ ଆଗରେ ଅସୁମାରୀ ସ୍ୱପ୍ନ
ସଫଳ ହେବାର
ଅବାସ୍ତବ ଚିନ୍ତାଧାରା
ଟ୍ରାଫିକ୍ ବିହୀନ
ଜାତୀୟ ସଡକ ପରି
ଲୁହ ସବୁ କାନ ଛୁଇଁ
ବୋହିଯାଏ କେଶ କୁ
ରୋକିବାର ଇଚ୍ଛା ନାହିଁ
କି ଉପାୟ ନାହିଁ.....॥



ଧୋଇଦେଉ
ଯେତେ ଧୋଇବାର ଅଛି
ଏଇ ମୂହୁର୍ତ୍ତ କୁ
ଅବଶ ଅାଖି ଓ ଶରୀରେ
ଭରିବାକୁ ସତେଜତା
ଆଉ
ଜୀବନ ରାସ୍ତା ରେ ଉଇଁବାକୁ
ନୂତନ ସୂର୍ଯ୍ୟୋଦୟ.....॥




ରମାବିଲି, ଜଙ୍କିଆ, ଖୋରଧା,
ଦୂରଭାଷ: ୭୮୯୪୬୬୮୩୫୬

0 Comments