ବେଳ ଥାଉ ଥାଉ ସାବଧାନ - କେ. ନିର୍ମଳ

ବେଳ ଥାଉ ଥାଉ ସାବଧାନ - କେ. ନିର୍ମଳ

ଅଳିଆ ଗଦାରେ ଉତ୍ପତ୍ତି ମୋହରି
ମୋର କିବା କେଉଁ ଘର ?
ନ ଖାଇ ଯଦି ମୁଁ ଅନାହାର ରହେ
ଭରସା କିଏ ମୋହର ।

ଈଶ୍ବରଙ୍କ ପାଖେ ଅଳି କରେ କେତେ
ମନ୍ଦିର ଦୁଆରେ ବସି
ସାହା ହେବୁ ପ୍ରଭୁ କାଳିଆ ଠାକୁରେ
ମୋ ଦୁଃଖର ସାଥେ ମିଶି ।

ଯେଉଁ ବାପା ମା' ଫିଙ୍ଗିଥିଲେ ମୋତେ
ଅଳିଆ ଡବାରେ ନେଇ
ଧନ୍ଯ ସେହି ପିତା ଧନ୍ଯ ସେହି ମାତା
ଧିକ ତାଙ୍କ ଜନ୍ମ ଥାଇ ।।

ବିଶ୍ୱାସରେ ସିନା ବିଷ ଭରିଦେଲ
ଭାବିନେଲ ମୁହିଁ ଝିଅ ।
ସେହି ଝିଅ ଦିନେ ବଡ ହୋଇ ନିଶ୍ଚେ
ପୋଛିଦେବ ଆଖି ଲୁହ ।

ସବୁ ପୁଅ ଏଠି ସମାନ ନୁହଁନ୍ତି
ଅଛନ୍ତି କିଛି ଅଙ୍ଗାର
ସେହି ପୁଅ ପରା ବୁଢା ବୟସରେ
କରନ୍ତି ବି ଅତ୍ୟାଚାର ।

ଯଦି ଝିଅଟିଏ ବଞ୍ଚି ରହିଥିବ
ଆସି ଦେଖିଯିବ ସେହି ..
ଅତ୍ୟାଚାର କେବେ ଦେଖି ସେ ପାରିବ
ରଖିବ ପାଖରେ ନେଇ ।

ବେଳ ଥାଉ ଥାଉ ସାବଧାନ ହୁଅ
ଆଜିକାର ବାପ ମାଆ
ଝିଅଟିଏ ପରା କୁଳର ଦୁହିତା
ସର୍ବ ଶକ୍ତି ... ସର୍ବଂସହା !!



କେ.ନିର୍ମଳ
ଭଦ୍ରକ, ବାସୁଦେବପୁର
ମୋ:୯୫୬୬୧୧୩୬୦୭

0 Comments