OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଗଜଗାମିନୀ - ବାମନ ଚନ୍ଦ୍ର ଦୀକ୍ଷିତ

ଗଜଗାମିନୀ - ବାମନ ଚନ୍ଦ୍ର ଦୀକ୍ଷିତ

ଭାଗ – ୧

ଆଳି ମେଳେ ବାଳି କରେ ଗମନ
ଗଜ-ଗାମିନୀ ଗତି ସୁଶୋଭନ
ରାଜହଂସିନୀ ଠୁଁ ଚୁରାଇ ଚାଲି
ରହି ରହି ଚାଲେ ହଲି ଦୋହଲି
ଯିବ କି ନ ଯିବ ଭାବେ ଯେ।
ଅବା ଅବନୀ କୁ ଅବଗତ ନୋହୁ
ଗତି ଅତି ମନ୍ଦ ଛନ୍ଦେ ଯେ।


ସଜ ସକାଳ ସୂରୁଜ କିରଣ
ଵାଳା ମୁଖେ କରେ କି ବିକିରଣ
ଅଳପ ଅଳତା ଅନେକ କ୍ଷୀର
ଗୋଳେଇ ବିଧାତା ହୋଇ ବିଭୋର
ଘୋଳି ବୋଲି ଦେଲା ଅବା ଯେ।
ଗଣ୍ଡ ଦେଶେ ଖଣ୍ଡ ଦାଡ଼ିମ୍ବ ର ରସ
ଅଜାଡି ଦେଇଛି କିବା ଯେ।


ମେଘ ମାଳେ ଯେହ୍ନେ ଖେଳେ ବିଜୁଳି
ଜମ୍ବୁନଦେ ହୀରା ପଦକ ପରି
ବାରିଦ ଉହାଡୁ ଅବା ଚାନ୍ଦିନୀ
ସଖୀ ମେଳେ ତେହ୍ନେ ଦିଶେ ତରୁଣୀ
ନଜର ନ ହଟେ ଲବେ ଯେ।
କାହିଁ କେତେ କାଳୁ କି ତପ କରିଲି
ସେ ଫଳ ମିଳିଲା ଏବେ ଯେ।


ମେଘାମ୍ବରୀ ଶାଢ଼ୀ ପିନ୍ଧି କାମିନୀ
ସିଂହ କଟୀ ଆଭା ଅବା ଦାମିନୀ
କାମନା ଅନେକ ମନେ ଜଗାଇ
ଚାହେଁ ଫେରି ଫେରି ନେହା ଲଗାଇ
ମନେ ଆବେଗ ଅପାର ଯେ।
ରତି ରୂପ ଜୀଣା,ମୁନି ମନ କିଣା
ଧନ୍ୟ ସେ ରୂପ ସମ୍ଭାର ଯେ।


ସଜନୀଙ୍କ ମେଳେ ସ୍ୱର୍ଗ-ସୁନ୍ଦରୀ
ବିଦ୍ୟୁ-ପରିଧି ରେ ଇନ୍ଦୁ ଯେପରି
ହାର ରେ ପଦକ ପଦକେ ମୋତି
ତାରକା ମେଳେ କି ଖେଳୁଛି ଶଶି।
ନୟନ ହେଲା ତୃପତ ଯେ
ଲଭିଲା କି ନିଧୀ ଆମ୍ବୁଦ ଅମ୍ବୋଧି
ତୃଷାର୍ତ୍ତ ଚିତ୍ତ ଚାତକ ଯେ।



ଭାଗ – ୨

କାନେ ତୁନି ତୁନି କହେ କେ ସଖୀ
ରସ କଲ୍ଲୋଳ ହିଲ୍ଲୋଳ ମାରୁଛି
ହାସ୍ୟ ରେଖା ଖେଳେ ଅଧର ଧାରେ
ଭଉଁରୀ ରଚାଇ ଗଣ୍ଡ ମଣ୍ଡଳେ
ଦର ଖୋଲା ମୁଖ ଶୋଭା ଯେ
ଅଧା ବିକଶିତ ରକତ କମଳ
ଅଟକି ଯାଇଛି ଅବା ଯେ।


ଅଧରୁ ଝରୁଛି ସୁଧା ମଧୁର
ପ୍ରତିଧ୍ବନିତ ବି ନୁହେ ନିକର
ଅଳପ ଦିଶୁଛି କୁନ୍ଦ ଦଶନ
ଲାସ୍ୟ ହାସ୍ୟ ରେଖା ମନୋଭାବନ
ମନ୍ଦାର ମଧ୍ୟେ ପରାଗ ଯେ
ଅସ୍ତ ରବି ଛବି ସରସି ର ଜଳେ
ଶୋଇଛି ଶ୍ୱେତ କୁମୁଦ ଯେ।।


ଉନ୍ମୁକ୍ତ କୁଞ୍ଚିତ କୁନ୍ତଳ ଲଟ ,
ମୁଖଶଶି ଦେଖି କରେ ଆଲଟ,
ସୁଧିର ସମୀରେ ଝୁଲି ଝୁଲି କା,
ଭ୍ରମର କି ଚୁମେ ନବ ମଲ୍ଲିକା ।
କରଜ କମଳ କଳି ଯେ
କୋମଳ ପରଶେ ହଟାଏ ଲଟ କି କୁନ୍ତଳେ କରଇ ଅଳି ଯେ।।


ଭୃଳତା ର ତଳେ ନେତ୍ର କଜଳ
ପୀରତି ଧନୂ ରେ ପ୍ରତ୍ୟାଞ୍ଚା ତାର
ବାର ବାର ମାର ମାରେ କମାଣ
ଶିକାର ହେବାକୁ ଆତୁର ମନ।
ଆଡ଼ ନେତ୍ରେ ବାରେ ଦେଖ ଯେ
ସନ୍ତାପିତ ପ୍ରାଣ ଲଭିବ ଦର୍ଶନ
ଯତି ମତି ଲୋଭା ରୂପ ଯେ।।


ଅରୁଣୀମା ଢାଳି ଚିବୁକ ତଳେ
ରଚେ ଚିତ୍ରଲେଖା ମୁରୁଜ ଧାରେ।
ସଜ ହୋଇ ଲାଜ ଅବା ବସିଛି
କୌତୁକେ ମିତ ମତି ରସୁଛି
ମରମେ ସରମ ଯାଇ ଯେ
ଥଣ୍ଡା ଛାତି ତଳୁ ଗରମ ପ୍ରଶ୍ବାସ
ବାହାର କରିବା ପାଇଁ ଯେ।।





ସୂର୍ଯ୍ୟମଣି ଭିଲ୍ଲା, ହେମୁ ନଗର,
ବିଳାସପୁର, ଛତିଶଗଡ





@import url(https://banamalli.org/wp-content/plugins/siteorigin-panels/css/front-flex.min.css); #pgc-15343-0-0 , #pgc-15343-0-1 { width:50%;width:calc(50% - ( 0.5 * 30px ) ) } #pl-15343 #panel-15343-0-0-0 , #pl-15343 #panel-15343-0-1-0 , #pl-15343 #panel-15343-1-0-0 { } #pg-15343-0 , #pl-15343 .so-panel { margin-bottom:30px } #pgc-15343-1-0 { width:100%;width:calc(100% - ( 0 * 30px ) ) } #pl-15343 .so-panel:last-child { margin-bottom:0px } #pg-15343-0.panel-no-style, #pg-15343-0.panel-has-style > .panel-row-style , #pg-15343-1.panel-no-style, #pg-15343-1.panel-has-style > .panel-row-style { -webkit-align-items:flex-start;align-items:flex-start } @media (max-width:780px){ #pg-15343-0.panel-no-style, #pg-15343-0.panel-has-style > .panel-row-style , #pg-15343-1.panel-no-style, #pg-15343-1.panel-has-style > .panel-row-style { -webkit-flex-direction:column;-ms-flex-direction:column;flex-direction:column } #pg-15343-0 .panel-grid-cell , #pg-15343-1 .panel-grid-cell { margin-right:0 } #pg-15343-0 .panel-grid-cell , #pg-15343-1 .panel-grid-cell { width:100% } #pgc-15343-0-0 { margin-bottom:30px } #pl-15343 .panel-grid-cell { padding:0 } #pl-15343 .panel-grid .panel-grid-cell-empty { display:none } #pl-15343 .panel-grid .panel-grid-cell-mobile-last { margin-bottom:0px } }

0 Comments