OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ତୁମେତ ରହିଛ - ଅନାମ ଚରଣ ସାହୁ

ତୁମେତ ରହିଛ - ଅନାମ ଚରଣ ସାହୁ

ତୁମକୁ ମୁଁ ଖୋଜୁଥିଲି ବନ ଉପବନେ
ନଦୀ, ଗିରି, ତୋଟାମାଳ, ସାଗର ବେଳାରେ
ନୀଳ ଗଗନର କୋଳେ ବଉଦମାଳାରେ
ଗାଆଁ ସହରର ଗଳି ଭକ୍ତିପୁତ ମନେ ॥

ଫୁଲେଈ ଫଗୁଣ ରାଶି ସ୍ନିଗ୍ଧ ଚୂତ ବନେ
ସୂରୁଜ କଅଁଳ କର କାକଳୀ ସ୍ଵରରେ
ବରଷାର ମଧୁଝର ଶିଖିର ନୃତ୍ୟରେ
ସୁଷମା ସୁରଭି ଭରା ବିଜନ ଭୁବନେ ॥

ସକାଳ ଶିଶିର ବିନ୍ଦୁ ସୁମନ ସୁଗନ୍ଧେ
ନିର୍ଝରର କଳରବେ ପୂର୍ଣ୍ଣମୀ ଜହ୍ନରେ
ମେଳା ମହୋତ୍ସବ ସ୍ଥାନ ମନ୍ଦିର ବେଢାରେ
ସୁର, ତାଳ, ଲୟ, ପ୍ରଜ୍ଞା ଓଡ଼ିଶୀର ଛନ୍ଦେ ॥

ପାଇଥାନ୍ତି କାହୁଁ କୁହ ଏ ସବୁ ସ୍ଥାନରେ
ତୁମେତ ରହିଛ ଥିବ ମୋ ହୃଦ ତନ୍ତ୍ରୀରେ ॥




ବିଭୁତିପୁର, କାକଟପୁର, ପୁରୀ,
ଦୂରଭାଷ : ୯୯୩୭୧୧୦୨୬୦

6 Comments

  1. Wow .. ହୃଦୟ ସ୍ପର୍ଶୀ କବିତା

    ReplyDelete
  2. ଧନ୍ୟବାଦ ବନ୍ଧୁ

    ReplyDelete
  3. Anam charan sahooJune 11, 2018 at 5:10 AM

    ଧନ୍ଯବାଦ ମହାଶୟ

    ReplyDelete
  4. ଜିତେନ୍ଦ୍ର କୁମାର ପାଲJune 25, 2018 at 3:21 PM

    ବହୁତ ସୁନ୍ଦର ହୋଇଛି

    ReplyDelete
  5. ଅନାମ ଚରଣ ସାହୁJune 26, 2018 at 3:01 PM

    ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।