OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ରଜ - ଅନାମ ଚରଣ ସାହୁ

ରଜ - ଅନାମ ଚରଣ ସାହୁ

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଅାସିଛି ରଜ
ଅାସିଛି ରଜଲୋ
ନିଜ ସଂସ୍କୁତିକୁ ହେଜ ।
ଜଙ୍ଘଲ ହେଲାଣି ଧ୍ବଂସ
ଦୋଳି ଖେଳିବାକୁ ନାହିଁ ବାଉଁଶ
ନାହିଁ ବାଉଁଶଲୋ
ମୁଖେ ନାହିଁ ଅାଉ ହସ ।
ପଣସ ପତର ଚେକା
ନବରଙ୍ଗପୁରେ ହୁଅଇ ମକା
ହୁଅଇ ମକାଲୋ
ବରଷକେ ସଖୀ ଦେଖା ।
ବାଉଁଶ ପତର ସରୁ
ରଜକଥା ତୁହି କେତେ ପଚାରୁ
କେତେ ପଚାରୁଲୋ
ଅାମ ପ୍ରଭୁ ପରା ଦାରୁ ।
କିଏସେ ହୋଇବ ସାହା
ଅାଉ ଶୁଭୁନାହିଁ ବାଗୁଡି ରାହା
ବାଗୁଡି ରାହାଲୋ
ନାଉରୀ ବିହୁନେ ନାହା ।
ରଜଦୋଳି ଗୀତ ଗାଇ
ଖୁସି ହେଉନାହିଁ କିଶୋରୀ 'ଜାଇ'
କିଶୋରୀ ଜାଇଲୋ
ମୋବାଇଲି କଲା ବାଇ ।
ଅାରିଷା କାକରା ମଣ୍ତା
ମାଅା କରିଲେଣି ଗଣ୍ତାକୁ ଗଣ୍ତା
ଗଣ୍ତାକୁ ଗଣ୍ତାଲୋ
ଅାଶ ନ କରଇ ଭେଣ୍ତା ।
ଗଛରେ ପାଚିଲା ତାଳ
ବାର ପଡିଥିଲେ ମାଂଉସ ଝୋଳ
ମାଂଉଁସ ଝୋଳଲୋ
ଜୀବଙ୍କୁ ଘୋଟଇ କାଳ ।
ନ ରୁଚଇ ଗୋ' ରସ
ମହମହ ବାସେ ପେଁ ପଣସ
ପେଁ' ପଣସଲୋ
ମଧୁରସେ ରହେ ଅାସ ।
କି ଲେଖିବି ଅାଉ କୁହ
ନୟନ କୋଣରୁ ବହୁଛି ଲୁହ
ବହୁଛି ଲୁହଲୋ
ଛାତିରେ ଉଠେ ମୋ କୋହ ।



ବିଭୁତିପୁର, କାକଟପୁର,ପୁରୀ,
ମୋ- ୯୯୩୭୨୧୦୨୬୦

4 Comments

  1. Anam charan sahooJune 18, 2018 at 12:07 AM

    ବହୁତ ବହୁତ ଧନ୍ଯବାଦ

    ReplyDelete
  2. ଜିତେନ୍ଦ୍ର କୁମାର ପାଲJune 25, 2018 at 3:23 PM

    ବହୁତ ସୁନ୍ଦର ଲେଖା

    ReplyDelete
  3. ଅନାମ ଚରଣ ସାହୁJune 26, 2018 at 3:03 PM

    ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।