ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆରାଧନା - ତପସ୍ଵିନୀ ଦାଶ

ଆରାଧନା - ତପସ୍ଵିନୀ ଦାଶ

ଯାହାର ନାଁରେ ଛାତିରେ
ଆସେ କମ୍ପନ
ଥରେ ଅଧର
ବେପଥୁରେ ଶିହରଣ
ଅଧର ଖୋଜେ ଅଧର
ଆଖିି ଖୋଜେ ପଡ଼ନ୍ତାନି କି ପତା
ଦେଖୁଥାନ୍ତି ଚିର କାଳ
କାନ କହେ ଶୁଣୁଥାନ୍ତି କି ସେ ମୂରଲୀ
ସ୍ୱର ଅହର୍ନିଶ ,
ଶୋଇଥାନ୍ତି କୋଣାର୍କ ର ନଟନଟୀ
ପରି
ଢାଙ୍କି ଥାନ୍ତା ଚନ୍ଦ୍ରାତପ ମଖମଲି ଚାନ୍ଦର
ଚାଦର,
କେହି ନ ଥାନ୍ତେ ; ଥାଆନ୍ତ ତୁମେ
ଆଉ ମୁଁ,
ତୁମେ ଚୁମୁଥାନ୍ତ କେତେବେଳେ ମୋ ଅଧର
ବିକ୍ଷୋଜ ଥରକୁ ଥର
କରୁଥାନ୍ତି ମନା
ଅଥଚ ସେ ମନା ରେ ଥାଆନ୍ତା
ଶୁଭ ଆମନ୍ତ୍ରଣ
ଆସ ,ଆସ ପ୍ରିୟ ଭିଡି ଧର
ମେଣ୍ଟି ଯାଉ ଏ ଶତାବ୍ଦୀ କାମନା
ଆମ କାମନା ମାନେ ହେଉଥାନ୍ତୁ
ଅମାନିଆ
ଏ ହାତ ରୁ ସେ ହାତ
କରୁଥାନ୍ତୁ ବିଚରଣ
ବେହାଲ ବେପରୁଆ ଅଥଚ
ଚନ୍ଦ୍ରଭାଗା ହସୁଥାନ୍ତା,
ସତରେ ଗୁଡାଏ କାମନା ନେଇ ଆସିଥିଲା କି ବିଶୁ ମହାରଣା
ଏଠି ସେଠି ସବୁଠି ଛାଡି ଯାଇଛି କି
ତା ଯୌବନ ର ନିଆଁ
ଯାହା ଏବେ ବି ଜଳୁଛି
ଲିଭୁନାହିଁ ଜମା ।
ମାଘ ମାସ ଶୀତ ବି
ଥରି ଥରି ଦେଲାଣି ଛତ୍ରଭଙ୍ଗ,
ଓଃ !ଏବେ ବି ରାତି ଖୋଲିନି
ତା ଲାଜୁଆ ଓଢ଼ଣା ।
ଥରେ ଖୋଲନା
ଦେଖ ତାଆରି ଭିତରେ ବି ଖାଲି
ନିଆଁ; ନିଆଁ : କେମିତି ଯାକିଜୁକି
ଲୁଚାଇଛି ତା ନାଆଁ ଗାଆଁ ଠିକଣା ।
ତମେ ପରା ଜାଣିଛ
ନିଆଁ ଲିଭାଇବା ତରିକା ,
ପାପ କୁ ଡ଼ରନା
ଭଲ ପାଇବା ,କ୍ଷୁଧାର୍ତ୍ତକୁ ଖୁଦ୍ ମୁଠେ
ଦେବା ପାପ ନୁହଁ ଜମା ।
ପ୍ରେମ ପୁଣ୍ୟ ପ୍ରେମ ତପ
ପ୍ରେମ ଜପ ପ୍ରେମ ଆରାଧନା ।



ବୁଢୀଖମାରୀ ଶାସନ, ଭଞ୍ଜପୁର, ବାରିପଦା,
ମୟୂରଭଞ୍ଜ, ଦୂରଭାଷ: ୯୪୩୯୪୫୧୭୬୪

0 Comments