ପରୀ - ପ୍ରଭାତୀ ଦେବନାଥ

ପରୀ - ପ୍ରଭାତୀ ଦେବନାଥ

ଛୋଟ ଆଖିରେ ମୋ ଅନେକ ସପନ
ଆକାଶେ ଉଡ଼ିବା ପାଇଁ
ଉଡିବା ପୂର୍ବରୁ କାଟ ନାହିଁ ଡେଣା
ଆତ୍ମାକୁ ମୋ କଷ୍ଟ ଦେଇ।।
ଶିଖି ଶିଖେଇବ ଆଶା ଅସୁମାରି
ପୂରଣ ହେବାକୁ ଦିଅ
ସମାଜରେ ଶିଶୁ କନ୍ଯା ମାନଙ୍କର
ଯନ୍ତ୍ରଣା ଘୁଞ୍ଚେଇ ନିଅ।।
ଯୌନ ନିର୍ଯାତନା ଅତି ବଡ଼ ବ୍ୟାଧି
ସମାଜରୁ ଦୂର କର
ଏକତ୍ରୀତ ହୋଇ ଶିଶୁ କନ୍ୟା ପାଇଁ
ଉଠାଅ ବିରୋଧ ସ୍ବର।।
ପରୀ ରଥ ଏବେ ସବୁଠି ବୁଲୁଛି
ପୋଲିସ ବିଭାଗ କର୍ତ୍ତା
ସଚେତନ ହୋଇ ଦୁଷ୍କର୍ମ ବିରୋଧେ
ଦେଇ ଚାଲିଛନ୍ତି ବାର୍ତ୍ତା।।
କନ୍ଯା ରତନ ଅଟେ ସୃଷ୍ଟିକାରିଣୀ
ତାଙ୍କର ସୁରକ୍ଷା କର
ଫୁଲ ପରି ଫୁଟି ବିକସିତ ହେଲେ
ସମ୍ଭବ ହେବ ସୃଷ୍ଟିର।।




ଗୋତିଗୁଡା, ଉମରକୋଟ, ନବରଙ୍ଗପୁର

0 Comments