ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମହାପ୍ରଭୁଙ୍କ ବସ୍ତ୍ର - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ମହାପ୍ରଭୁଙ୍କ ବସ୍ତ୍ର - ଇଂ ଦୀପ୍ତି ରଞ୍ଜନ ପଣ୍ଡା


ସାରା ଜଗତରେ ଜଣିଏ ଠାକୁର
ଖାଦ୍ୟ ବସ୍ତ୍ର ତା'ର ନାନା ପ୍ରକାରର
ସେହି ପରା ଆମ ଜଗତ ଠାକୁର ॥୧॥

ପ୍ରତିଦିନ ପିନ୍ଧେ ବସ୍ତ୍ର ଭିନ୍ନ ଭିନ୍ନ
ଖାଦ୍ୟ ଭୁଞ୍ଜେ ସେ ଚଉଷଠି ବ୍ୟଞ୍ଜନ
ସେହି ପରା ଆମ ଗରବ ଗଞ୍ଜନ ॥୨॥


ରବିବାରେ ପିନ୍ଧେ ନାଲି ରଙ୍ଗ ପାଟ
ସୋମବାର ବସ୍ତ୍ର ଅଟେ ଶୁକ୍ଳ ଛିଟ
ସେହି ପରା ଆମ ମହାପ୍ରଭୁ ନଟ ॥୩॥

ମଙ୍ଗଳବାରରେ ସେ ବାର ପଟିଆ
ବୁଧେ ନୀଳ ବସ୍ତ୍ର ପିନ୍ଧେ ସେ ହଟିଆ
ସେହି ପରା ଆମ ଠାକୁର କାଳିଆ ॥୪॥


ହଳଦୀ ରଙ୍ଗର ବସ୍ତ୍ର ଗୁରୁବାର
ଶୁକ୍ଳ ବସ୍ତ୍ରକୁ ସେ ପିନ୍ଧେ ଶୁକ୍ରବାର
ସେହି ପରା ଆମ ଜଗଦ୍ଦୀଶ୍ଵର ॥୫॥

କଳା ବସ୍ତ୍ରକୁ ସେ କରେ ପରିଧାନ
ପ୍ରତି ସପ୍ତାହର ଶନିବାର ଦିନ
ସେହି ପରା ଆମ ପତିତପାବନ ॥୬॥





ଅଧିକ୍ଷଣ ଯନ୍ତ୍ରୀ,
ଏ.ଡି.ବି. ସର୍କଲ, କଟକ

1 Comments

  1. ହେମନ୍ତ କୁମାର ବରାଇJune 7, 2018 at 11:42 PM

    ଆପଣଙ୍କ ପରି ସାରସ୍ୱତ ବନ୍ଧୁ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି,ଆପଣଙ୍କ ଲେଖା ଗୁଡିକରୁ ଜଗନ୍ନାଥଙ୍କ ବିଷୟରେ ଅନେକ ବିଷୟ ଜାଣିବାକୁ ପାଉଛି,ଯାହା ଆଗରୁ ଆଦୌ ଜାଣିନଥିଲି,ନମସ୍କାର

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।