ଆସିଛି ରଜ - ଶୁଭକାନ୍ତ ସାହୁ

ଆସିଛି ରଜ - ଶୁଭକାନ୍ତ ସାହୁ

ଆସରେ ଆସ ଆସିଛି ରଜ ଆସ ଖେଳିବା ଦୋଳି,
ଦୋଳି ଠେଲିବା ବସି ଝୁଲିବା ମିଠାମିଠା ଗୀତ ବୋଲି ।
ଆସରେ ଆସ ଆସିଛି ରଜ ଖାଇବା ପରା ପିଠା,
କ୍ଷୀର ଚିନି କୁ ଏଣ୍ଡୁରି ପିଠା ଆହା କି ଲାଗେ ମିଠା ।
ଆସରେ ଆସ ଆସିଛି ରଜ ଲୋକେ ଖେଳିଲେ ଜୁଆ,
ପ୍ରେକ୍ଷାଳୟକୁ ଚାଲିଲେ ଟୋକା ଆସିଛି ସିନେମା ନୂଆଁ ।
ଆସରେ ଆସ ଆସିଛି ରଜ ମନ୍ଦିର ପରା ଯିବା?
ସଂକ୍ରାନ୍ତି କରି ଦେଖିବା ଦିଅଁ ଭୋଗ ନେଇ ଫେରିବା ।
ଆସରେ ଆସ ଆସିଛି ରଜ କୃଷକ ଭାଇ ହସେ,
ବୁଣିବ ଧାନ ଆସିଲେ ବର୍ଷା ଜଳ ନେଇ ରଜ ଶେଷେ ।
ଆସରେ ଆସ ଆସିଛି ରଜ ଶାନ୍ତି ଲାଗିବ ଏବେ,
ଶଶ୍ୟ ଶ୍ୟାମଳା ହେବ ଧରଣୀ ଘିମିରି ଝାଳ ଯିବେ ।



ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ,
ମୋବାଇଲ୍-୯୮୬୧୭୩୨୨୫

0 Comments