ତଥାପି ନୀରବ - ପ୍ରଶାନ୍ତ ମହାପାତ୍ର

ତଥାପି ନୀରବ - ପ୍ରଶାନ୍ତ ମହାପାତ୍ର

ହେ ବନ୍ଧୁ.....
ତୁମେ କଣ ବଦଳିବନି ???
ଦେଖ ମୁଁ ନୀରବ ଅଛି
ଯେତେ ପାରିବ କଷ୍ଟ ଦେଇଚାଲ
ସହିବାର ସମସ୍ତ ଶକ୍ତି
ମୋ ପାଖରେ ଅଛି........ ॥

ପୂରିଯାଉ ମୋ ଆଞ୍ଜୁଳା
ମୋ ଅଜସ୍ର ଲୁହରେ
ଫୁଟିଯିବ ତୁମ ଓଠେ ହସ
ତଥାପି ମୁଁ ନୀରବ ଥିବି
ତୁମ କଷ୍ଟ ସହିବାର ଶକ୍ତି ନେଇ
ବୋଧେ ଏଇ ଯେ ତୁମ
ଭଲପାଇବା ମୋ ପାଇଁ......॥

ଦେଖନା ଏବେ ବି ମୁଁ ହସୁଛି
ତୁମେ ମୋତେ ପାଗଳ କହିପାର
ମୁର୍ଖ, ଅଶିକ୍ଷିତ କହିପାର
ଅଲାଜୁକ, ଥୋବରା, ଗାଲୁଆ
ଯାହା ବି କହିପାର
ମୁଁ ତଥାପି ନୀରବ.....॥

ହେ ବନ୍ଧୁ.....
ତୁମର ଯାହା କରିବାର ଅଛି କରିଚାଲ
ଯେତେ ପାରିବ ସମାଲୋଚନା କର
କିନ୍ତୁ ତୁମର
ଏମିତି ଅଦୃଶ୍ୟ ଭଲପାଇବା
ମୋ ପ୍ରତି ଅଜାଡି ଦିଅ
ଆଗକୁ ଯିବାକୁ ପ୍ରେରଣା ଦିଅ.....॥

ତୁମକୁ ତ ମୁଁ ସମ୍ମାନ କରେ
ତୁମ କାର୍ଯ୍ୟ ପାଇଁ ଧନ୍ୟବାଦ ଦିଏ
ତୁମେ ଜାଣିନ ତୁମର ଏଇ କାର୍ଯ୍ୟ
ମୋତେ ବଞ୍ଚିବାକୁ ରାହା ଯୋଗାଏ
ମୁଁ ଖୁସି... ବହୁତ ଖୁସି
ମୁଁ ନୀରବ ହୋଇ ବି ଖୁସି.....॥




ରମାବିଲି, ଜଙ୍କିଆ, ଖୋରଧା,
ଦୂରଭାଷ: ୯୯୩୭୦୪୨୯୩୪

0 Comments