କଵି କଳାକୃତି ସ୍ମୃତି ପ୍ରତିଛବି - ସଦାନନ୍ଦ ସାହୁ

କଵି କଳାକୃତି ସ୍ମୃତି ପ୍ରତିଛବି - ସଦାନନ୍ଦ ସାହୁ

କଵି କଳା କୃତି ସ୍ମୃତି ପ୍ରତି ଛବି
ଯୁଗେ ଯୁଗେ ବଞ୍ଚି ରହେ ;
ମାନସ ପଟରେ ସତେ ଉଙ୍କି ମାରେ
ବିଜୟ ର ଗାଥା କହେ !!!
ଅଜର ଅମର କବିର କଲମ
କହେ ପୂର୍ବ ସ୍ମୃତି ଗାଥା ;;
ସାହିତ୍ୟ ଆକାଶେ ପ୍ରତିଛବି ଭାସେ
ନଇଁ ଯାଏ ପରା ମଥା !!
କଵି ଯୁଗସ୍ରଷ୍ଟା ନିଅାରା ତା'ଚେଷ୍ଟା
ଏ ସୃଷ୍ଟି ରେ ସେ ପୂଜ୍ୟସ୍ପଦ !!
ତା'ସୃଷ୍ଟି ବିଭବ ରହେନି ନୀରବ
କଥା କହେ ତା'ର ଶବ୍ଦ !!
ଜୀବନ ଦର୍ଶନ କଵି ର ସୃଜନ
କୋଟି ମନ ପ୍ରାଣ ଜିଣେ ;;
ଆଦର୍ଶ ର କଥା କହେ ସେ ସହସା
ଲେଖନୀ କୁ ଗୁରୁ ମଣେ !!
କଵି ନିୟମାକ ଭବ୍ୟ ବିନାୟକ
ପାଠକେ ତା 'ସହୋଦର ;
ପାଠକ ବିଚାରେ କଵି ପଥ ଚାଲେ
ପାନ କରି ପ୍ରୀତି ନୀର !!!
କବିର ସପନ ସ୍ମୃତିର ଯୌବନ
ଅଲିଭା ଅକ୍ଷରେ ଭାସେ ;;
କଵି ଟା ପ୍ରେମିକ ସତେ ଅମାୟିକ
ସିଗ୍ଧ୍ ରୂପେ ଖାଲି ରସେ !!
କବିର ନାୟିକା ଶ୍ରୁତି ଅନାମିକା
ନିଶାର୍ଦ୍ଧ ରାତ୍ରି ରେ ଆସେ ;;
ଏକଵି ବାପୁଡା ସତେ କୃଷ୍ଣ ଚୁଡା
ପ୍ରୀତି ପରଶ ରେ ଭାସେ !!
ରମ୍ୟ ରୂପ କାନ୍ତି ଲେଖନୀ ରେ ଆଙ୍କି
କଵି ଯେ ବିମୁଗ୍ଧ ହୁଏ ;;
କଳ୍ପନା ସ୍ୱଭାବି କଵି ପାଏ ଖୋଜି
ପ୍ରୀତିର ମହକ ଲିପି ;;
ଭାବରେ ନିମଗ୍ନ କବିର ସୁ-ମନ
ରହେ ନାହିଁ କେଵେ ଛପି !!
ଚିରନ୍ତନ ସତ୍ୟ କଵି କୃତ କୃତ୍ୟ
ମହକରେ ମହକିତ ;;
କଵି ପ୍ରତି ଛବି ଜନ ରବେ ଭାସି
ହୁଏ ସଦା ଉଦ୍ଭାସିତ !!
ହେ ଚିର ନମସ୍ୟ ଲେଖନୀ ସମ୍ରାଟ ;
କରୁଛି ମୁଁ ପ୍ରଣିପାତ ;;
ଏ ସାରାଜଗତ ହେଉ ବିମୋହିତ
ତଵ ଆଶୀର୍ବାଦେ ସତ୍ଯ !!




କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

1 Comments

  1. ବଣ ମଲ୍ଲୀ ର ମହକ ୱେବ୍ ପେଜ କୁ ଅଜସ୍ର ଧନ୍ୟବାଦ ;

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।