ଭୃଣ - ସନ୍ତୋଷ ପଟ୍ଟନାୟକ

ଭୃଣ - ସନ୍ତୋଷ ପଟ୍ଟନାୟକ

ସୃଷ୍ଟିକର୍ତ୍ତାଙ୍କର କୃପାର ଆଶିଷେ
ସନ୍ତାନ ହୁଅଇ ପ୍ରାପ୍ତ
ଭୃଣଟିଏ ହୋଇ ନାରୀର ଗରଭେ
ବହୁକଷ୍ଟେ ହୁଏ ଜାତ
ଭୃଣହତ୍ୟା କରି ପାପେ ଭାଗିଦାରୀ
ହୁଅନାହିଁ ପ୍ରିୟ ଜନ
ନବଜାତ ଶିଶୁ ଦୁନିଆଁକୁ ଆସୁ
ସର୍ବେଘେନ ନିବେଦନ
ବିଶ୍ବନିୟନ୍ତାଙ୍କ ଅପୂର୍ବ ଦାନ ସେ
ଶତୃ ତ’ କାହାରି ନୂହେଁ
ମାଆବି ଦିନେ ଭୃଣ ଟିଏ ଥିଲା
ତାକୁ ତ’ ମାରିନି କିଏ
ସ୍ବାର୍ଥକୁ ତଜିକି ନିଷ୍ପତ୍ତି ଟାଳିକି
କଥାଟିକୁ ଟିକେ ଭାଳ
ଜନ୍ମିତ ଶିଶୁଟି କାଲିର ଭବିଷ୍ୟ
ଭୃଣଟି ସୃଷ୍ଟିର ମୂଳ…..



ବେଗୁନିଆପଡା଼ ବ୍ଳକ, ତିରିଡା, ଗଞ୍ଜାମ

2 Comments

  1. ହେମନ୍ତ କୁମାର ବରାଇJune 20, 2018 at 12:10 AM

    ଖୁବ ସୁନ୍ଦର ମନକୁ ଛୁଇଁଗଲା

    ReplyDelete
  2. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।June 20, 2018 at 2:19 PM

    ବହୁତ ଭଲ ଲାଗିଲ।
    ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।