ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମାନବିକତାର ମୂଲ୍ୟବୋଧ - ନିରଞ୍ଜନ ପଣ୍ଡା

ମାନବିକତାର ମୂଲ୍ୟବୋଧ - ନିରଞ୍ଜନ ପଣ୍ଡା

ଅବିଶ୍ବାସ ର ବକ୍ଷେ ପାଦ ରଖି
ମାନବିକତାର ପ୍ରଶ୍ନ
ସତେ ମରୁଭୂମିରେ ବାରିର ସନ୍ଧାନ
ନିର୍ବୋଦ୍ଧତା କୁ ପରିହାସ,
ରକ୍ତ ଚିହ୍ନୁନାହିଁ ରକ୍ତର ସମ୍ପର୍କ
ମାରିଦେଇ ମାନବିକତା
ନିଜଘରେ ସ୍ବୟଂ ଏପରି ଅବସ୍ଥା
ବହିଃ ଆଶା ଅବୋଧତା,
ପାଦ ପଖଳାଏ ହିଂସା ବାଦ ଦ୍ବେଷ
କାହିଁ ସେ ମାନବିକତା
ଖଣ୍ଡା ଧାରେ ମାନବିକତା ଖୋଜିବା
ନୁହେଁ ଆମ ଅପାରଗତା,
ମାନବିକତାର ମୂଲ୍ୟ ଯିଏ ଖୋଜେ
ପାଏ ସେ ମହାକାଳ ଫଳ
ଦୁରୁ ଦିଶୁ ଥିବ ଅପୂର୍ବ ସୁନ୍ଦର
ଭିତରେ ବିଷ ହଳ ହଳ,
ମାନବିକତା ଏଠି ବନ୍ଧା ପଡ଼ି ଅଛି
ଧନୀର ଅମାର ଘରେ
ନୂଆ ପରିଚ଼ୟ ନିତି ନେଇଥାଏ
ଗରିବର ଅଗଣାରେ,
ଗରିବ ବାପୁଡ଼ା ମୁରୁଖ ହାପୁଡ଼ା
ମାନବିକତାକୁ ଜାଣେ
ସ୍ନେହ ଶ୍ରଦ୍ଧା ପ୍ରେମ ବୋଳାରେ ଜୀବନ
ମାନବିକତାକୁ ଟାଣେ,
ମାନବିକତା ସେ ମରି ହଜି ଗଲାଣି
ଅନ୍ଧର ଗଳିରେ ପଡ଼ି
ଆଖି ଥାଇ କେତେ ଅନ୍ଧ ହୋଇଲେଣି
ମାନବିକତାକୁ ଖୋଜି ||




ପୁରଣ ପଧାନ, ଶିଶିଲୋ, ବାଳକାଟି,
ଖୋର୍ଦ୍ଧା, ମୋ-8093898984

0 Comments