କୁହ ତୁମେ ବର୍ଷା - ପବିତ୍ର କୁମାର ନାୟକ

କୁହ ତୁମେ ବର୍ଷା - ପବିତ୍ର କୁମାର ନାୟକ

ଲୁଚିଛକି ତମେ କୁହ ଗୋ ବରଷା
ନା ଖେଳୁଅଛ ଲୁଚକାଳି
ଥରୁଟିଏ ଖାଲି ଭିଜେଇ ଦିଅ ଗୋ
ମୁଁ କରୁଛି ତୋଠାରେ ଅଳି !

ବରଷା ଗୋ ତୁମେ କରିଛକି ମାନ
ହଜିଛି କି ତୁମ ଠିକଣା
ତମରି ବାଟକୁ ଚାହିଁଛନ୍ତି ସବୁ
ଜାଣି କାହିଁ ହୁଅ ଅଜଣା !

ଅଟକି ଯାଇଛ ଅଧା ବାଟେ ଆସି
କହିବକି ଥରେ କାନରେ
ତୁମରି ଶୀତଳ ପରଶ ପାଇଁକି
ଧରଣୀ ଚାହିଁଛି ଆତୁରେ !

କରିଛକି ରୋଷ ଅବା ଅଭିମାନ
ମନେ ଭରିଅଛ ଛଳନା
ତୁମ ଆଗମନେ ଉଙ୍କିମାରେ ମନେ
ନିତି ନୂଆ ନୂଆ ଭାବନା !

କେତେ ପରଖିବ ଏଜୀବନେ ଆଉ
ଅପେକ୍ଷାର ଅନ୍ତ ନାହିଁକି,
ଗୋପନରେ ଆସି କହିଦିଅ ଥରେ
ଏତେ ଡେରି ଆଜି କାହିଁକି ?




କେଲୁଆପଲ୍ଲୀ, ଗଞ୍ଜାମ

0 Comments