ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୁହୂର୍ତ୍ତର ସ୍ଵପ୍ନ - ସିପ୍ରା ନାମତା (ନମ୍ରତା)

ମୁହୂର୍ତ୍ତର ସ୍ଵପ୍ନ - ସିପ୍ରା ନାମତା (ନମ୍ରତା)

ଚାଲ, ଅସହାୟ ମୁହୂର୍ତ୍ତ କୁ ସାଉଁଟି ଆଣିବା
ବାର ହାତ ଶାଢ଼ୀ ପଣତ ଓ ଦଶ ହାତ ଧୋତି
ର ଧଡି ରେ ବାସ୍ତବିକତାର ମଧୁର ବନ୍ଧନ ରେ
କେବେ ନ ଫିଟିବା ର ଗଣ୍ଠି ଟିଏ ଦେବା
ହୃଦୟ ର ଅଳିନ୍ଦ ନୀଳୟ ର ସୁକ୍ଷ୍ମ ଧମନୀ ଓ
ଅସଂଖ୍ୟସ୍ନାୟୁ କୋଷିକା ର ଶିରା ପ୍ରଶିରା ରେ,
ଲାଲ ସମ୍ପର୍କ ର ଅଣୁ ପରମାଣୁ ତିଆରି କରିବା ।।

ଚାଲ, ଆକାଶର ଅଗଣା ରେ ଗଢ଼ିଦେବା
ବଉଦ ର ଭସା ବାଲି ରେ, ବେଦନା ର ସିମେଣ୍ଟ ଦେଇ
ବିଶ୍ୱାସ ର ମାଟିରେ ଦୁଇହାତ ଆଙ୍ଗୁଳି ମିଶାଇ
କାନ୍ଥ ପରେ କାନ୍ଥ ଯୋଡି ଅଭଙ୍ଗା ଘର ଟିଏ ତୋଳି
ହଜିଯାଇଥିବା ଦିନ ସବୁ ଖୋଜି ଆଣିବା
ପ୍ରେମ ତଟିନୀ ର କୁଳୁକୁଳୁ ଶବ୍ଦ ରେ ସବୁ କୋହ ଲୁହ
ଭସେଇ, ଓଠ ରେ ହସ ଚେନାଟିଏ ଆଙ୍କିଦେବା ।।

ଚାଲ, ବନ୍ଧୁକ ର ବାରୁଦ ବାସ୍ନା କୁ ଶୁଙ୍ଘିନେବା
ଯେ, ବାସ୍ନାରେ ସୀମନ୍ତ ର ସିନ୍ଦୁର ହଜେ, କୋଳ ଶୁନ୍ୟ ହୁଏ
ଉଗ୍ର ବାଦ ର ଜ୍ବାଳା ରେ ଆଖି ଅନ୍ଧ ହୁଏ
ସନ୍ତ୍ରାସବାଦ ର ଲାଲ ମାଟି କୁ ଯାଇ ଅଙ୍ଗୁଳିମାଳ ର କଥା କହି
ଶାନ୍ତି, ମୈତ୍ରୀ, ପ୍ରୀତିର ପରଶ ଦେଇ ନିର୍ବାଣ ପଥ ରେ
ପୁଣି ଥରେ ଫେରାଇଆଣିବା ସାମ୍ୟବାଦ ର ପ୍ରଚାର କରି
ମାନଵାଦ ର ଜୟଗାନ କରିବା ।।



ତୁଳସୀଚୌରା, ବାରିପଦା, ମୟୁରଭଞ୍ଜ
ଦୂରଭାଷ: ୮୨୪୯୮୫୦୧୬୮