ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଧୋକାଦିଆ ମୌସୁମୀ - ନିରଞ୍ଜନ ପଣ୍ଡା

ଧୋକାଦିଆ ମୌସୁମୀ - ନିରଞ୍ଜନ ପଣ୍ଡା

(ମୌସୁମୀ ଆଗମନର ବିଳମ୍ବ ନିମନ୍ତେ)

ମୌସୁମୀ ଗୋ ତୁମେ କୁଆଡ଼େ ଗଲ...
ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ..
କ'ଣ,ଦୁଇଦିନ ଆସିଥିଲ ?
ନା,ଆଗୁଆ ଆସିବା ବାହୁନେ ଏ ଧରାକୁ
ନମୁନା ଦେଖାଇଦେଲ,
ଅବା,ଆସୁ ଆସୁ ପୁଣି ବାଟବଣା ହୋଇ
ଦିଗହରା ହେଲ ପୁଣି ଫେରି ଚାଲିଗଲ |
ବସୁମାତା ଝୁରେ ତୁମ ପରଷକୁ
ରଜସ୍ବଳା ହୋଇ ରଜେ
କେଉଁଠି ଲୁଚିଛ ହେ ମାୟା ମୌସୁମୀ
ଭିଜେଇ ଦିଅ ସରାଗେ,
ମାଡ଼ିଆସ ତୁମେ ଘୋର ଗରଜନେ
ଧୁସର ଅମ୍ବର ବକ୍ଷେ
କଳା ମେଘ ହୋଇ ବରଷି ଯାଅାରେ
ଶାନ୍ତପଡ଼ୁ ଧରା ଏବେ,|
ମୌସମୀ ଗୋ ଫେରିଆସ ଅବିଳମ୍ବେ...
ସହନଶୀଳତା ଲଙ୍ଘନ ହୋଇଲା
ଧୈର୍ଯ୍ୟ ପରାକାଷ୍ଟା ଅବକାଶ ହେଲା
ବଞ୍ଚିବା ଟା ହୁଏ ବିଷମୟ...
କ୍ଷଣିକ ବିଳମ୍ବ ଲଭିଲେ ପରାଏ
ରାମନାମ ଜୀବମୟ ରାମନାମ ଜୀବମୟ !
ମୌସୁମୀ ଗୋ ତୁମେ କୁଆଡ଼େ ଗଲ...
ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ..
କ'ଣ,ଦୁଇଦିନ ଆସିଥିଲ ?



ପୁରଣ ପଧାନ, ଶିଶିଲୋ, ବାଳକାଟି,
ଖୋର୍ଦ୍ଧା, ଦୂରଭାଷ: ୮୦୯୩୮୯୮୯୮୪

0 Comments