ଆଦିମତା - ଅମରେନ୍ଦ୍ର ଚୌଧୁରୀ ଓଝା

ଆଦିମତା - ଅମରେନ୍ଦ୍ର ଚୌଧୁରୀ ଓଝା

ମୌସୁମୀ ଆସିବ ବୋଲି କହୁଥିଲା..
ମୁଁ ବାରଣ କଲି..
କହିଲି, ଟିକେ ରହିଯାଅ ।
ମୋ ଦେହ ରେ ଏବେ ଅନେକ ତାତି....
ନିର୍ବାପିତ ହେବାକୁ ଦିଅ ମୋତେ
ବୟସ ର ସୀମାରେଖା ନ ଟାଣି ।
ମୋ ଆଦି ମାନବ ମନ ର ଆଦିମ ଅଭିଳାଷ
ସବୁ ପୂର୍ଣ୍ଣ ହେବାକୁ ହୁଏତ କିଛି ସମୟ ଲାଗିବ ।
ତେଣୁ, ଅପେକ୍ଷା କର ପଡ଼ିକାର୍ଡ ଧରି ଧାଡି ବାନ୍ଧି
ଡିଲର ଙ୍କ ପାଖରେ ତେଲ, ଚିନି ପାଇଁ ଯେମିତି
ଧାଡି ବାନ୍ଧନ୍ତି ସାଧାରଣ ଜନତା ।
ସେମିତି ତୁନି ହୋଇ ଠିଆ ହୁଅ ନିଜ ନାମ ଡକା ହେବା ଯାଏ ।
ମୋ ଆଦିମତା କୁ ଉପଭୋଗ କରୁଥାଅ ନିର୍ଣ୍ଣିମେଶ ନୟନରେ ।
ତୁମ ମାନଙ୍କର ଜୁ କାହିଁ ଯେ ମୋତେ ରୋକିବାକୁ
ସେ ନଅ ମାସ ର ହେଉ କି ନବେ...
ତୁମେ ସବୁ ଦେଖଣାହାରୀ
ଚାହିଁ ରୁହ ମୌସୁମୀ କୁ,
ସେ ନିଶ୍ଚୟ ଆସିବ .....
ମୋ ଯିବା ପରେ ପରେ.....



ଅମରେନ୍ଦ୍ର ଚୌଧୁରୀ ଓଝା
ପୀରହାଟ ବଜ଼ାର, ଭଦ୍ରକ

0 Comments