ତୋ ପାଦେ ସଅଁପି ଦେବି - ବାମନ ଚନ୍ଦ୍ର ଦୀକ୍ଷିତ

ତୋ ପାଦେ ସଅଁପି ଦେବି - ବାମନ ଚନ୍ଦ୍ର ଦୀକ୍ଷିତ

କାଗଜ ଉପରେ କି କଥା ଲେଖିବି
ଭାବି ମୁଁ..... ପାରୁନି ଆଜି,
ଯଦି ହୋଇ ଯାଏ କବିତା କି ଗୀତ
ତୋ ପାଦେ......ସଅଁପି ଦେବି।
ଜାଣେନା କାହିଁକି
ମନ ମୋ କହୁଛି
ଲେଖୁଥିବି ବସି ତୋ ଗୁଣ ହେଜି।

ସଜ ସକାଳ ର କଅଁଳ ଖରା ତୁ
ସୁଲୁ ସୁଲୁ ବାଆ ଥଣ୍ଡା ପରଶ
ଶବୁଜ ଘାସ ର କୋମଳ ପତରେ
କାକର ବିନ୍ଦୁ ତୁ କଳା ମାଣିକ
ଝଲସାଇ ଦେଇ କରୁଣା କିରଣେ
ଅଜାଡ଼ି ଦେଇଛୁ କୃପା ବାରିଧି।।

କୋଇଲି ଗାଉଛି କୁହୁକୁହୁ ଗୀତ
ପିପଳ ପତର ଝୁଲି ଝୁଲିକା
ପବନ ବାଉଛି ପତର ବାଜୁଛି
ପଖାଉଜ ତାଳେ ରହି ରହିକା
ଧନ୍ୟ ଗୀତିକାର ସୃଜିଲୁ ଅପାର
ଯହିଁ ଲୋଡ଼ା ଯାହା ଦେଇଛୁ ଖଞ୍ଜି।।

ଫୁଲେ ଫୁଲେ ରଙ୍ଗ ନଦୀ କୁ ତରଙ୍ଗ
ତରଙ୍ଗେ ଭରିଛ ରୋମାଂଚ ନେଇ
ପରଜାପତି ର ଡେଣାରେ ଡେଣାରେ
ଯତନେ ଭରିଛ ରଙ୍ଗ ସଜେଇ
ଶିଖିପୁଚ୍ଛ ରଙ୍ଗେ ରଙ୍ଗି ରଙ୍ଗାଧର
ଚୁଡା ର ଶିଖରେ ଦେଇଛୁ ଖଞ୍ଜି।।

ଲେଖୁଥାଏ ବସି ତୁମ ଗୁଣ ରାଶି
ଏତିକି କରୁଣା କର ଠାକୁର
ଜୀଵ ଯିବା ଯାଏ ଥାଉ ତୁମ ନାମ
ତୁଣ୍ଡ ରେ ମୋହର ହେ ନିରାକାର
ଢଳି ଯିବା ବେଳେ ତୋଳି ନେବ କି ହେ
ମାଗୁଣି ଏତିକି ରହିଲା ଆଜି।।



ସୂର୍ଯ୍ୟମଣି ଭିଲ୍ଲା, ଜଗନ୍ନାଥ ଛକ,
ମୁରାଭଟ୍ଟ ରୋଡ, ହେମୁନଗର, ବିଳାସପୁର

2 Comments

  1. ବାସ୍ତବ ରେ ବନାମଲ୍ଲି ର ମହକ ନିଜର ନାମକରଣ କୁ ସାର୍ଥକ କରିଚାଲିଛି।ଅଶେଷ ଧନ୍ୟବାଦ।

    ReplyDelete
  2. ହେମନ୍ତ କୁମାର ବରାଇJune 19, 2018 at 11:59 PM

    ବହୁତ ସୁନ୍ଦର ଉପସ୍ଥାପନା

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।