OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ରଜ - ନିରଞ୍ଜନ ପଣ୍ଡା

ରଜ - ନିରଞ୍ଜନ ପଣ୍ଡା

ରଜ ଦୋଳି ଖଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ଶୁଭେନାହିଁ କିଆଁ ଆଉ,
ଚାରିଆଡ଼େ ପରା କ୍ରଙ୍କିଟ୍ ଜଙ୍ଗଲ
ବରଓହଳ ଖୋଜି ଦିନ ଯାଉ ।
ବନସ୍ତେ ଡ଼ାକଇ ଗଜ
ବରଷକେ ଥରେ ଆସିଛି ରଜ
ଏ ରଜ ତୁଛାକୁ ଥାଉ,
ଦୋଳି ଖେଳିବା ସାତ ସପନ ହେଲା
ମୋବାଇଲ୍ ଚାଟିଙ୍ଗରେ ଦିନ ଯାଉ ।
ଟିଆ ପୂଞ୍ଚି କି ନାରଙ୍ଗ
ଗୋଡ଼ ଦି'ଟା ପରା ଦେଖ ସାରଙ୍ଗ
ସାରଙ୍ଗ ବାଡ଼ି ବୁଲିଯାଉ,
ସଜ ହେବାକୁ ସମୟ ନାହିଁ ଲୋ
ରଜ ମଉଜ କରିବା ସେତିକି ଥାଉ ।
ପୋଡ଼ ପିଠା ବାସିଲାଣି
ପାନ ଖାଇଛକି ଭାଉଜ ରାଣୀ
ପିଠାରେ କି ମନ ଆଉ,
ଦୋସା ଚାଓମିନ୍ ଖଞ୍ଜାକୁ ଖଞ୍ଜା ଲୋ
ପୋଡ଼ ପିଠାର ସୁଆଦ ସେତିକି ଥାଉ ।
ନଈକୁ ମାଇଲି ଟେକା
ନଇରେ ବସିଛି ଦିଅର ଟୋକା
ବାଟ କି ଜଗିଛି ଆଉ,
ରଜ ଚାରିଦିନ କବାଡ଼ି ଖେଳ ରେ
ସେତ କଣେଇ କଣେଇ ମଜାକୁ ନଉ ।
ପରବ ଭିତରେ ସାର
ରଜ ପରବ ଖାଣ୍ଟି ଓଡିଆଙ୍କର
ଭୂଲିବନି କଥା ମୋର,
ପୋଡ଼ ପିଠା ଖାଇ ରଜଦୋଳି ଖେଳି
ଝିଅ, ଫୁଲେଇ ହଉଥା ଏଥର ||



ପୁରଣ ପଧାନ, ଶିଶିଲୋ, ବାଳକାଟି, ଖୋର୍ଦ୍ଧା,
ଦୂରଭାଷ: ୮୦୯୩୮୯୮୯୮୪

2 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।