ହସ ଓ ଲୁହ - ଜିତେନ୍ଦ୍ର ସାହୁ

ହସ ଓ ଲୁହ - ଜିତେନ୍ଦ୍ର ସାହୁ

ହସ ଆଉ ଲୁହ ପଚାରୁଛି କୁହ
ତୁମକୁ ଗୋଟିଏ ପ୍ରଶ୍ନ,
ତୁମେ କାହିଁ ପାଇଁ ସୁଖ ଓ ଦୁଃଖର
ହେଲ ଗୋଟେ ଗୋଟେ ଚିହ୍ନ,,।।
ଲୁହ ତୁମେ କାହିଁ ଆଘାତ ଲାଗିଲେ
ଆଖିରୁ ଯାଉଛ ବହି ?
ହସ ତୁମେ କାହିଁ ଖୁସିରେ ଝୁମିଲେ
ଓଠକୁ ଯାଉଛ ଛୁଇଁ ?
ତୁମେ କି ଜାଣିନ ଦୁହିଁଙ୍କ ପ୍ରଭାବ
ପଡେ ମନ ହୃଦୟରେ,
କେବେ ପ୍ରଫୁଲ୍ଲିତ କେବେ ପୁଣି ସେତ
ଭିଜେ ଆଖି ଲୁହ ଧାରେ,,।।
ହସ ଓ ଲୁହ
ରଖିଛି ବିଧାତା ସୃଷ୍ଟିର କରତା
ନେଇ କେବଳ ସେ ସ୍ଥାନେ,
କର୍ତ୍ତବ୍ୟ କରୁଛୁ କାନ୍ଦି ହସାଉଛୁ
କଅଣ କରିବୁ ଆମେ,,?
ଜୀବଜଗତର ଶ୍ରେଷ୍ଠ ବୋଲି ସିନା
ପାଇଛ ମନୁଷ୍ୟ ଆଖ୍ୟା,
ଜନମିଛ କାହିଁ କରୁଛ କଅଣ?
ସରିବନି କଲେ ବ୍ୟାଖା,,,,।।
ଜାଣ ଯେ ଏଇଠୁ କ'ଣ କହିବାକୁ
ଚାହୁଁଛୁ ଆମେ କୋ ଢଙ୍ଗେ,
ଖୋଲି କହିବୁନୁ ରହୁଛୁ ଯେହେତୁ
ସ୍ଥାନ ପାଇ ତୁମ ଅଙ୍ଗେ,,।।




ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments