ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅପହଞ୍ଚ ଲକ୍ଷ୍ୟସ୍ଥଳ - ପ୍ରଶାନ୍ତ କୁମାର ସାହୁ

ଅପହଞ୍ଚ ଲକ୍ଷ୍ୟସ୍ଥଳ - ପ୍ରଶାନ୍ତ କୁମାର ସାହୁ

ଏବେ ବି ଶୁଭୁଛି କୋଳାହଳ
ଯିବାକୁ ହେବ ଆଉ କିଛି ଦୂର,
ପହଞ୍ଚିବା ସହଜ ତ ନୁହେଁ
ଅଟକିଛି କୁହ ତେବେ କିଏ ?
ଇଚ୍ଛାର ବୋଝ ଯାଏ ବଢ଼ି
ବୟସର କାନ୍ଧ ନ ପାରଇ ବୋହି,
କ୍ଷଣେ ରହି ଦେଖେ ଯେବେ
ପଛରେ ତ ଆଉ କେହି ନାହିଁ !
ଛାଡି ସେ ଆସିଛି ପଛେ
କେତେ ଗ୍ରାମ ନଗର,
ନିର୍ଜ୍ଜନତା ଖୋଜିଖୋଜି କେତେ
ମେଳାରେ ତ ହାଜର !
ପସରା ଅଳପ ଏଠି
ବେଭାରୀ ବହୁତ,
ନ ବୁଝନ୍ତି ପୀଡା କା'ର
ଲୋଭ ଲାଭେ ବ୍ୟସ୍ତ ,
ଦିଅ ଦିଅ ଭାଇ ଶୂନ୍ୟତାର
ମୋହ ଟିକେ ଦିଅ,
ବୋହିବନି ଇଚ୍ଛା ଭାର ନିତି
ମନକୁ କରି ନିଃସ୍ବ,
ବୁଝିଯିବ ବୃଥା ଚେଷ୍ଟା ତା'ର
ଥାଉଥାଉ ବେଳ
ପାହାଚ ଯେପରି ପାରି ନାହିଁ
ପହଞ୍ଚି ତା' ଲକ୍ଷ୍ୟସ୍ଥଳ ।




ଛତ୍ରଗଡ଼, ଖୋର୍ଦ୍ଧା

0 Comments