ତୁମେ ଗଲାପରେ - ହୃଷୀକେଶ ଜାଲି

ତୁମେ ଗଲାପରେ - ହୃଷୀକେଶ ଜାଲି

ଥରେ ଦେଖିିଛକି
ଆମେ କେମିତି ଅଛୁ
ଜାଣିଛକି ଆମ ଅବସ୍ଥା
ପଚାରିନ, ଜାଣିବାକୁ ଚାହିଁନ
କେତେ ଡହଳ ବିକଳ
ଗାଁ, ସାହି, ସହରର ଲୋକ ।

ଭଲ କଲ
ପଳାଇଲା
ଲେଉଟାଣି ହୋଇ ।
ଆମେ କୋଉ
ଭଲ ଲୋକ ଯେ
ତୁମେ ରହିଥାନ୍ତ
ଆମ ଦୁଃଖ ସୁଖ ପାଇଁ ।
ଆମେ ସବୁ
ଅକାଳ କୁଷ୍ମାଣ୍ଡ
ବଂଶ ବୁଡ଼ିଗଲା ବେଳେ
ଜନ୍ମ ଲଗ୍ନ ଆମ ।
ଭଲକଲ ପଳେଇଲ
ନହେଲେ କେତେ ରୋଳ
କରିଥାନ୍ତୁ,
ବରଷାରେ ଭିଜି ଭିଜି ।



ମିନିଗୁଡା, ରାୟଗଡା, ଓଡିଶା,
ଦୂରଭାଷ: ୯୪୩୭୭୪୮୪୫୬

1 Comments

  1. ହେମନ୍ତ କୁମାର ବରାଇJune 19, 2018 at 11:54 PM

    ମୋ ମତରେ ବର୍ଷା ପ୍ରତି ଆପଣଙ୍କ ଅଭିମାନ,ମୋ ଦ୍ରୁଷ୍ଟିରେ ଆବାହନୀ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।