ପ୍ରୀତି ବନ୍ଧ - ସନ୍ତୋଷ କୁମାର ମହାନ୍ତି

ପ୍ରୀତି ବନ୍ଧ - ସନ୍ତୋଷ କୁମାର ମହାନ୍ତି

କୃଷ୍ଣ ଙ୍କୁ ଧିରେ କୁହନ୍ତି ରାଧାରାଣୀ
ପୂର୍ବେ ଦିଗେ ଦେଖ ଆସିଲେଣି ଦିନମଣି,
ଦିବସ ରେ ପ୍ରୀତି ନକର ହେ ଚନ୍ଦ୍ରମଣି,
ଏ ସମୟେ ପ୍ରୀତିକଲେ ପୁରୁଷେ ହୁଏ ହାନି ।।

ଛାଡ ଛାଡ଼ ମୋ ଆଞ୍ଚଳ,
କରନି ମୋ ସଙ୍ଗେ ଆଉ ଗୋଳ,
ତୁମ୍ଭ ସଙ୍ଗେ ସଙ୍ଗିନୀ ରେ ମୁଁ ଯେ ,
କଳଙ୍କିନି ଗୋପ ଦୁଆରେ ସାଜେ ।।

କୋକିଳ ରଟିଲା କଦମ୍ବ ର ଡାଲେ,
ତରୁ ଲତା ସବୁ ହେଲେଣି ଚଞ୍ଚଳେ,
ସାରା ରାତି ପ୍ରିତୀ ଅଙ୍ଗେ ଅଙ୍ଗେ ଭରେ,
ଲେଉଟିବି ମୁଁ ଯେ ନିଜ ଗୃହରେ ।।

ଅନନ୍ୟ ସେ ପ୍ରିତୀ ର ବନ୍ଧନ
ଜଳ ସହ ଆତଜାତ ଯେସନେ ମୀନ
ଶ୍ୟାମ ଙ୍କୁ ବୁଝାଇ ରାଧେ ଲେଉଟନ୍ତି,
ଭାବେ ଦ୍ଵିଜ ସନୁ ଗୀତ ରଚନ୍ତି ।।




ମହାଗାଲୁଆ ସନୁ, ଗୁଣୁପୁର, ରାୟଗଡା

0 Comments