OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଜୀବନ୍ତ ଦେବତା - ଗୌରାଙ୍ଗ ଚରଣ ବେଉରା

ଜୀବନ୍ତ ଦେବତା - ଗୌରାଙ୍ଗ ଚରଣ ବେଉରା

ପିତା ମାତା ତୋର ଜୀବନ୍ତ ଦେବତା
ଆଶୀର୍ବାଦ ଦଣ୍ତ ଧରି,
ଆଶୀଷ ଢାଳନ୍ତି ଦିବସ ଶର୍ବରୀ
ପେଟେ ଓଦାକନା ଦେଇ ॥
ସକଳ ତୀର୍ଥ ଯେ ତାଂକରି ଚରଣେ
ବାକି ତୀର୍ଥ ଅକାରଣ,
ମାୟା ସଂସାରରେ କେତେ ଖୋଜିବୁଲୁ
କେତେ ନାନା ତୀର୍ଥଧାମ ॥
ତାଂକରି ହସରୁ ମୁକୁତା ଝରଇ
ଝରେ ପ୍ରୀତି ମନ୍ଦାକିନୀ,
ତାଂକରି ପୟରେ ଗଂଗା ଜମୁନା ଯେ
ସ୍ନେହଁ ଝର ବୈତରଣୀ ॥
ତାଂକ ପାଦଧୂଳି ମୁଣ୍ତେହେଲେ ବୋଳି
ସବୁ ପାପ ଧୋଇଯାଏ,
ତାଂକରି କୋଳ ତ ଗୋଲାପର ଶେଯ
ବୈକୁଣ୍ଠେ ନ ମିଳିଥାଏ ॥
ପିତାମାତା ଗାଳି ବଡଦାଣ୍ତ ଧୂଳି
ଭାଗ୍ୟ ବଦଳାଇ ଦିଏ,
ଦଦରା ନାବ ବି ଅତଳ ସାଗରେ
ନିତି କୁଳେ ଲାଗିଥାଏ ॥
ପରମାୟୁ ଡୋରି ତାଂକରି ହାତରେ
ଯମ ନେଇ ନ ପାରଇ,
ଆକୁଳ ପ୍ରାର୍ଥନା ବ୍ୟର୍ଥ ହୁଏନାହିଁ
ସଂସାର ସାଗର ପାଇଁ ॥
ମାୟା ବନ୍ଦନରେ ପଡିଣ ସରବେ
ତାଂକୁ ଅଣଦେଖା କରି,
ବିପଦକୁ ଆମେ ସ୍ୱାଗତ ଜଣାଉ
ନିଜ ପରିବାର ଧରି ॥
ତାଂକରି ଦାୟାଦ ହୋଇଣ ସମସ୍ତେ
କର୍ତ୍ତବ୍ୟକୁ ଭୂଲିଯାଉ,
ବିଳାସ ବ୍ୟସନେ ବୁଡିରହି ଆମେ
ତାଂକୁ ପର କରିଥାଉ ॥
ସମୟ ଚକ୍ରରେ ବାର୍ଦ୍ଧକ୍ୟ ସେମାନେ
ସମ ଦଶା ହେବ ଆମ,
ନିୟତି ଖେଳରେ ଆମେ କଳାକାର
ବାନ୍ଧିନେବ କାଳ ଯମ ॥
ତାଂକରି ସେବାରେ ଜୀବନ ବିତାଇ
ଶ୍ରେଷ୍ଠ ହେବା ଏ ମହୀରେ,
ତାଂକରି ଅଶୀଷ ମସ୍ତକରେ ବୋହି
ଧନ୍ୟ ହୋଇବା କଳିରେ ॥




ଶିକ୍ଷକ, କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ

0 Comments