OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଐହରାଣୀ - ମାନସ ରଞ୍ଜନ ପଟ୍ଟନାୟକ

ଐହରାଣୀ - ମାନସ ରଞ୍ଜନ ପଟ୍ଟନାୟକ

ଐହରାଣୀ ସାଜି ଯାଇଛି ଦେଖ ଗୋ
ଐହ ଡେଙ୍ଗୁରା ବାଡେଇ
ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ
କୋକେଇରେ ତାକୁ ଥୋଇ ॥
କେତେ ପରକାରେ ସଜେଇ ହୋଇଛି
ପାଦରେ ଅଳତା ନାଇ......

ଗୁମୁରୀ ଗୁମୁରୀ କାନ୍ଦୁଥାନ୍ତି ଦେଖ
ସାହି ପଡିଶାର ଲୋକେ
ନୀରବ ମୁଦ୍ରାରେ ଶୋଇ ଯାଇଅଛି
ସ୍ଵର୍ଗଦ୍ଵାର ତାକୁ ଡାକେ ॥
କିଛିକ୍ଷଣ ପରେ କାଠ ଭାଡି ପରେ
ଥୁଆ ହେବ ସିଏ ଯାଇ......

ପରୀ ରାଇଜରେ ଉଭେଇ ଯିବଟି
ସୁନ୍ଦର ରୂପଟି ତାର
ବିଦାୟ ବେଳାରେ ବିଦାୟ ଜଣାନ୍ତି
ଭାଇ ବନ୍ଧୁ ସହୋଦର ॥
କପାଳେ ସିନ୍ଦୁର ନାଲି ଶଙ୍ଖା ଶୋଭା
ଦାଉ ଦାଉ ଝଟୁଥାଇ......

ସଞ୍ଜ ଆକାଶରେ ଚିକିମିକି ତାରା
ଅଜାଡି ଦିଏ କିରଣ
ଛାଡି ଯାଉଅଛି କିଛି ନେଉନାହିଁ
ଧନରତ୍ନ ଆଭୂଷଣ ॥
ଗୋଲାପୀ ଦେହଟା ଜଳି ଜଳି ଯିବ
ରଙ୍ଗାୟିତ ହେବ ଜୁଇ......




ସମ୍ପାଦକ - ମାଟିର ମହକ,
ସାକ୍ଷୀଗୋପାଳ, ପୁରୀ

3 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।June 10, 2018 at 1:22 AM

    ଭଲ ଲାଗିଲା ବହୁତ ।
    ଧନ୍ୟବାଦ

    ReplyDelete
  2. prasanta Kumar mangarajAugust 29, 2018 at 10:29 PM

    ଭଲ ଲାଗିଲା

    ReplyDelete
  3. Banashree PattanayakAugust 29, 2018 at 10:29 PM

    A real heart touching poem by the poet.

    Salute to the empathy. I have read all his poems, shirt stories and articles and all of them are actually very heart touching.

    Loved most the chatsali

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।