ବର୍ଷା - ପ୍ରଶାନ୍ତ କୁମାର ସାହୁ

ବର୍ଷା - ପ୍ରଶାନ୍ତ କୁମାର ସାହୁ

ଆସିବ କେବେ ଝପଝପ ହୋଇ
ଅନେକ ଭାବ ଓ ବିରହକୁ ଧରି
ତପ୍ତ ଶରୀରେ ସିଞ୍ଚିଦେବ
କରୁଣାର ବାରି ,
ଘାସ ତଳ ବି ଚମକି ଉଠିବ
ତୁମ ରଙ୍ଗ ସମ୍ଭାରର
ପଟୁଆର ଦେଖି !
ବୁଣିଦେବ ସବୁଜା ପାଟଟିଏ
ଫୁଲରୀ ଧଡ଼ିରେ
ଶୀର୍ଣ୍ଣକାୟ ବି ପାଇଯିବ ନବରୂପ ,
ତୁଟିଯିବ ଦେହମନର ଚାଟୋଳ ,
ଥନଥନ ମେଘର ମୁହଁରେ
ଚାହୁଁଥିବ ପ୍ରତ୍ୟାଗତ
ବହକା ଧରଣୀ ।
କାକଳିରେ ନାଚିବ ପଲ୍ଲବୀ
ଫଳପୁଷ୍ପେ ଅଙ୍ଗ ଭରି
ରଙ୍ଗଣୀ ବେଶରେ,
ତୃଷ୍ଣାହୀନ ଚାତକର ଜୟଜୟକାରେ
ଦୃଶ୍ୟହେବ ମିଳନର ଫୁଲଠାର !



ଛତ୍ରଗଡ଼, ଖୋର୍ଦ୍ଧା

0 Comments