OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନୀଳକନ୍ଦରର କଳାହାତୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳକନ୍ଦରର କଳାହାତୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳକନ୍ଦରର କଳାହାତୀ
ଢଳି ଢଳି ହଲି ହଲି ବାହାରନ୍ତି
ତୋରା ଦିଶୁଅଛି ପାଟଛତୀ । ନୀଳକନ୍ଦରର କଳାହାତୀ ।
ହାତୀ ମହାବାହୁ ବଳବନ୍ତ
ସରି ନହୋଇବେ କୋଟି ଐରାବତ
ତାର ସମାନ କେହି ନାହାନ୍ତି । ନୀଳକନ୍ଦରର କଳାହାତୀ ।
ହାତୀ ମୋ ଆରତ ପଦ୍ମ ବନ
ଆସି ସତେ ଅବା କରିବେ ଦଳନ
ମୁଁ ଯେ ଆରତୀ କରେ ମିନତୀ । ନୀଳକନ୍ଦରର କଳାହାତୀ ।
ହାତୀ ସ୍ନହାନ ନିମନ୍ତେ ଆଜି
ମଣିଷ ସମୁଦ୍ର ମଧ୍ୟେ ପଶି ଆସି
ସ୍ନାନମଣ୍ଡପେ ବସିଅଛନ୍ତି । ନୀଳକନ୍ଦରର କଳାହାତୀ ।
ହାତୀ ପାଦଦେଶୁ ଝରେ ଗଙ୍ଗା
କେଉଁ ଜଳେ ସିଏ ଗାଧୋଇବେ ଅବା
ପ୍ରଭୁ କଳା ମୁହଁ ଚକା ଆଖି । ନୀଳକନ୍ଦରର କଳାହାତୀ ।
ହାତୀ ସ୍ନହାନ ଜଳରୁ ବୁନ୍ଦେ
ପାଇଁ ତିନିପୁରେ ଚାହିଁଛନ୍ତି ସର୍ବେ
କେତେ ଉତ୍କଣ୍ଠିତ ହୋଇ ଅତି । ନୀଳକନ୍ଦରର କଳାହାତୀ ।
ମୁଁ ଯେ ସେ ହାତୀ ପଦ କିଙ୍କର
ପ୍ରଫୁଲ୍ଲ ଚିତ୍ତରେ ପୁଷ୍ପାଞ୍ଜଳୀ କରେ
ତା ପଦେ ରଖିଅଛି ମତ୍ତି । ନୀଳକନ୍ଦରର କଳାହାତୀ ।




ମଙ୍ଗଳାଯୋଡି, ଖୋର୍ଦ୍ଧା

1 Comments

  1. ହେମନ୍ତ କୁମାର ବରାଇJune 7, 2018 at 11:48 PM

    ଆପଣଙ୍କ ଲେଖା ଗୁଡିକ ପାଠ କଲାବେଳେ ଅତ୍ୟନ୍ତ ଆନନ୍ଦ ଅନୁଭବ ହୁଏ ,ବିଶେଷ କରି ନବାକ୍ଷରୀ ରାମାୟଣ ଖୁବ ମାର୍ମିକ ହୋଇପାରିଛି,ନମସ୍କାର

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।