Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମନ କରୁଛି ସଂଘର୍ଷ - ପଲ୍ଲବୀ ଦାସ

ଥର ଥର ଓଠ ତାର ଆଜି କମ୍ପୁଚି,
କାହିଁକି କେଜାଣି ଲାଗୁଛି ଅସରାଏ ଲୁହ ଝରି ଯିବ ଯେମିତି |
ଠିକ୍ ଯେମିତି ବହୁତ ଦିନର ଖରା ଆଉ ଗରମ ପରେ ଆଜି ବର୍ଷା ହେଲା ଆଉ ସବୁ ଥଣ୍ଡା କରିଦେଲା |
କିନ୍ତୁ ଥଣ୍ଡା କରି ପାରିଲାନି ତା ଭିତରେ ଚାଲିଥିବା ବୋହୁତ୍ ଦିନ ର କୋହ କୁ ଆଉ ତା ପାଇଁ ଆସୁଥିବା ଥଟା ପରିହାସକୁ |
ତା ନିରୀହତା ଯୋଗୁ, ଆଜି ସେ ହାସ୍ୟର ପାତ୍ରୀ |
ତଥାପି ମନ ତାର ଚାହିଁଚି, ସମସ୍ତେ ହସି ଦିଅନ୍ତୁ ବୋଲି |
ଆଉ ତା ମନ ଗର୍ବ କରୁଛି ଯେ ସେ ସମସ୍ତଙ୍କୁ ହସେଇ ପାରୁଛି ବୋଲି |

ମୁହଁ ତଳକୁ କଲେ କାଳେ ଝରି ଯିବ ତାର ଅମାନିଆ ଲୁହ ଗୁଡ଼ା, ସେଥିପାଇଁ ମୁଣ୍ଡ କୁ ଉପରକୁ କରି ଫ୍ୟାନ କୁ ଦେଖୁଛି |
କିନ୍ତୁ ଲୁହ କଣ ଥମିବ କି! ସେ ତ ଅମାନୀୟା, ନାକ ର ପାଣି ହୋଇ ବାହାରି ଯାଉଛି |
ବେଳେ ବେଳେ ଆଖିର କୋଣ ଦେଇ ନିଜ ରାସ୍ତା ବାହାର କରି ଦଉଛି |

ସବୁ ଅନୁକୂଳ, ପ୍ରତିକୂଳ ପରିସ୍ଥିତି ସହ ବଞ୍ଚିବାର କଳା ଆଜି ଫେଲ ମାରିଛି |
ଖରାପ ଭଲ ଆଜି ତା ପାଇଁ ସବୁ ସମାନ ପଲଟିଛି |
ମୂର୍ଖ ପଣ୍ଡିତ ସବୁ ଏକାକାର ହୋଇ ହଜି ଯାଇଛନ୍ତି ତା ଭିତରେ |
ତଥାବି ତ କିଛି ଉଦ୍ଦେଶ୍ୟ ନେଇ ବଞ୍ଚିଛି ନହେଲେ ଏ ଜୀବନର ମୂଲ୍ୟ ବା କେତେ |
ମନ ଆଜି ହସୁଛି ତା ବୋକାମୀ ପାଈଁ, ତା ଶାନ୍ତ ସ୍ୱାଭାବ ପାଇଁ, ଆଉ ହସୁଛି ତା ଭିତରେ ଭାଙ୍ଗି ଯାଇଥିବା ସେଇ କୋମଳମତି ମନ ଟି ପାଇଁ |
ତାର ଆଜି ଇଚ୍ଛା ହଉଚି ଦୌଡ଼ି ଯାଇ ତା ମା ର ପଣତ କାନି ତଳେ ମନ ଭାରି କାନ୍ଦିବାକୁ |
ପୁଣି ଗୋଡ କୁ ସାବଧାନ୍ କରି ଦଉଛି ତା ମନ, ଆଉ ତାକୁ ଚେତେଇ ଦଉଛି ତା ଜୀବନ ର ଉଦ୍ଧେଶ୍ୟ ଆଉ ତା ପାଇଁ କରିଥିବା ସବୁ କିଛି ସଂଘର୍ଷକୁ |
ବୁଝାଉଛି ମନ ତାକୁ, ସେ କୁଆଡେ ତା ଲକ୍ଷଠାରୁ କିଞ୍ଚିତ଼୍ ଦୂରତାରେ ଅଛି ଆଉ ଟିକିଏ ସଂଘର୍ଷ ମାତ୍ର |
ଜୀବନ ଥିବା ଯାଏ ସଂଘର୍ଷ ଥମିବାର ନାଁ ନବନି, ସେଥିପାଇଁ ତା ମନ ବେଳ ଥାଉ ଥାଉ ଚେତେଇ ଦଉଛି |
ପଛରେ ଅନୁଭବ କରୁଛି ସେ, ସେ ମାଧ୍ୟମ ମାତ୍ର କିନ୍ତୁ ପ୍ରକୃତ ସଂଘର୍ଷ ତ ମନ ହିଁ କରୁଛି |




ପଲ୍ଲବୀ ଦାସ,
ନୂଆ ଶାସନ, ଢେଙ୍କାନାଳ

Post a Comment

0 Comments