ସ୍ତ୍ରୀ ହେଉଛନ୍ତି ଗୃହର ଲକ୍ଷ୍ମୀ । ତାଙ୍କୁ କେବେ ମଧ୍ୟ ଅପମାନିତ କରିବା ଉଚିତ୍ ନୁହେଁ । ସେମାନେ ଯଦି ରୁକ୍ଷ ହୁଅନ୍ତି ନା ତେବେ ମାତା ଲକ୍ଷ୍ମୀ ମଧ୍ୟ ଅଶାନ୍ତି ସୃଷ୍ଟି କରିବାକୁ ବାଧ୍ୟ ହୁଅନ୍ତି । ତେଣୁ ତାଙ୍କର ଆଶା,ଆକାଂକ୍ଷା ଆଉ ଭାବନାକୁ ସହଜରେ ବୁଝିବାକୁ ଚେଷ୍ଟା କରି ତାଙ୍କରି ମନ ପସନ୍ଦର କାର୍ଯ୍ୟ କରିବାକୁ ଉଦ୍ୟମ କିରିଲେ ସବୁକିଛି ଶାନ୍ତ ହୋଇଯିବ ଏବଂ ସୁଫଳ ମଧ୍ୟ ମିଳିଥାଏ । ଯଦି ନିଜର ପତ୍ନୀ ଆନନ୍ଦରେ କିଛି ଖାଇବା ଦ୍ରବ୍ୟ କିମ୍ବା ସ୍ବ ହସ୍ତରେ ରୋଷେଇ କରି ଖୋଉଛନ୍ତି ତାହାଲେ ସର୍ବଦା ତାର ପ୍ରଶଂସା ହିଁ କର। ଯାହା ଫଳରେ ସ୍ତ୍ରୀ ମାନେ ଖୁବ୍ ଖୁସି ଆଉ ଆନନ୍ଦିତ ମଧ୍ୟ ହୋଇଥାନ୍ତି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏତକି ମହତ୍ ବାଣୀ ଶୁଣି ସବୁ ବୁଝିଗଲି କହି ଲୋକଟି ବାବାଙ୍କ ଚରଣ ସ୍ପର୍ଶ କରି ଚାଲିଗଲା ।
ଘରକୁ ଫେରି ଆସି ହାତ ମୁହଁକୁ ଧୋଇ ଖାଇବାକୁ ବସିଲା । ତାର ସ୍ତ୍ରୀ ଗୋଟିଏ ଥାଳିରେ ୪ଖଣ୍ଡ ପରାଠା(ରୁଟି)ସଙ୍ଗେ ତରକାରୀ ଆଣି ଦେଲା । ସେ ଅତି ଆନନ୍ଦରେ ଖାଇବାକୁ ଲାଗିଲା । ଖାଇବା ସରିଲା ପରେ ସ୍ତ୍ରୀର ହାତ ଧରି କହିଲା ; ତମ ହାତରେ ସତରେ ଯାଦୁ ଅଛି ନହଲେ ଏତେ ସୁସ୍ୱାଦ ଖାଦ୍ୟ କ'ଣ ବନେଇ ପାରିଥାନ୍ତ। ଜାଣିଛ ତାକୁ ଖାଇବା ପରେ ନା ମୁଁ ଜୀବନର ସବୁ ସୁଖ ପାଇଗଲି। ଏହା ଶୁଣି ସ୍ତ୍ରୀ ହସିବା ପରିବର୍ତ୍ତେ ରାଗରେ ଜର୍ଜର ହେଇ ହାତକୁ ଛାଟିଦେଇ ବେଲାରେ ପିଟିବାକୁ ଲାଗିଲା । ଲୋକଟି କହିଲା ଆରେ ରୁହ ମାରୁଛ କ'ଣ ପାଇଁ ? ଏତେ ଦିନ ହେଲା ପ୍ରଶଂସା କରୁନଥିଲି ବୋଲି ରାଗୁଥିଲ ଆଉ ଆଜି ପ୍ରଶଂସା କଲେ ମଧ୍ୟ ମାରୁଛ ? କ'ଣ ହେଇଛି ତମର କହିଲ ? ସ୍ତ୍ରୀ କହିଲା ୪ବର୍ଷ ହେଲାଣି ତୁମକୁ ମୋ ହାତ ରନ୍ଧା ଖାଦ୍ୟ ଭଲ ଲାଗୁନଥିଲା ଆଉ ଆଜି ପଡୋଶୀ ଘରର ପରାଠା ଦେଇଛନ୍ତି ଯେ ତାକୁ ଖାଇ ଜୀବନର ସବୁ ସୁଖ ମିଳିଗଲା । ଏମିତି କହି ପୁଣି ଆକ୍ରମଣ କରିବାରୁ ପ୍ରାଣ ରକ୍ଷା ନିମନ୍ତେ ଧାଇଁ ଯାଇ କବାଟ କିଳି ଶୋଇପଡିଲା । ମନରେ ଭାବିଲା ଶଳା ଏ "ବାବା ବାଣୀ ଶୁଣି ନାମ ନେଲି ଜାଣିଜାଣି" ।
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।