Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାଜେ ଝିଅ - ସମିର କୁମାର ବେଉରା

ତୁ ଆଜି ସତୀ ସାଜିଥିବୁ
ତୋର ଅସତୀପଣକୁ
ନେଇ ଲୁଚେଇ ଦେଇଥିବୁ
ତୋ ବାପଘର ଗାଁରେ
ଅଭିନୟରେ ହଜେଇଦେଇଥିବୁ
ଅତୀତକୁ ଅତୀତରେ |

ସବୁପରେବି
ତୋ ହୃଦୟର ଅନ୍ଧାରି ଘରେ
ସଢୁଥିବ
ମୋ ବାଫାଦର ପ୍ରେମ
ଆଉ ମୋ ସଢା ପ୍ରେମର ଦୁର୍ଗନ୍ଧରେ
ହଜିଯାଉଥିବ ତୋ ସତୀତ୍ଵ
ତୋ ଅଭ୍ୟନ୍ତରେ
ଆଉ ଆମ ସମ୍ପର୍କର ଅତୀତ
କରିପକାଉଥିବ ତତେ ଅସତୀ
ପ୍ରତି ମୁହୁର୍ତ୍ତରେ |




କୁସୁପଙ୍ଗି, ବାଙ୍କୀ, କଟକ,
ଦୂରଭାଷ : ୯୪୪୪୭୯୭୪୨୭

Post a Comment

0 Comments