Information

ଚେତନାର ଉନ୍ମୀଳନ - ପବିତ୍ର ଦାସ

ଆଖି ଆଗରେ
ତୁମର ଚିତ୍ରଛବି
ଝୁଲୁଥାଏ ସେ...
ଶୂନ୍ୟତାର କାନ୍ଥରେ ॥
ମୁଁ କାଳେ ଚେହେରାଟା
ଭୁଲିଯିବି ବୋଲି
ସେଥିପାଇଁ ବୋଧହୁଏ
ତମେ ମୋ ଚେତନାରୁ
ଜମା ବି ହଜି ଯାଅନି ॥
ଆଲାରାମ ଘଣ୍ଟାପରି
ତମେ ସବୁବେଳେ
ମତେ ସଚେତନ କରାଇଦିଅ,
ମୋ ଚେତନାକୁ ଦୋହଲାଇବା ପାଇଁ
ବୋଧହୁଏ ତୁମେ ଆସ
ମୋ ଖିଆଲରେ
ପ୍ରତିଟି କ୍ଷଣରେ
ଏକ ଚିତ୍ରତାରକା ସାଜି ॥
ଦିବସ ହେଉ ଅବା ରାତି
ସପନ ହେଉ ଅବା ଶୀତର କରାମତି
ସବୁକାଳେ ଥାଏ
ତୁମର ବଡ ଉପସ୍ଥିତି
ମୋରି ଭିତରେ ॥
ମୋ ଶରୀରର
ପ୍ରତିଟି ଉନ୍ମାଦନାର କାରଣ
ମୁଁ ନୁହେଁ,
କେବଳ, ତମେ ହିଁ ଜାଣ ॥




ପବିତ୍ର ଦାସ,
ରିସର୍ଚ୍ଚ ସ୍କଲାର, ଓଡିଆ ବିଭାଗ
ରେଭେନସା ଇଉନିଭରସିଟି, କଟକ

Post a Comment