ଶ୍ରାବଣକୁ ମଧୁରାତି - ନିରଞ୍ଜନ ପଣ୍ଡା

ଶ୍ରାବଣକୁ ମଧୁରାତି - ନିରଞ୍ଜନ ପଣ୍ଡା

ତୁମ ଅପେକ୍ଷାରେ ପାହିଗଲା ହାଏ
କେତେଯେ ଫଗୁଣ ରାତି
ଝଡ଼ିଗଲା ଆମ୍ବ ଗଛରୁ ବଉଳ
ନପାଇ ପରଷ ପ୍ରିତୀ,
ଅନ୍ଧାର ରାତିରେ କଳି କରିଛି ମୁଁ
ଜହ୍ନ ସାଥେ କେତେଥର
ଲୁଚି ଯାଉ କାହିଁ ପକ୍ଷକୁ ପକ୍ଷ
ଦିଶୁ ନାହିଁ ପ୍ରିୟ ମୋର,
ଫଗୁଣରେ ଛୁଆଁ ନଦେଲ ନାହିଁ
ଶ୍ରାବଣରେ ଦିଅ ଛୁଆଁ
ଓଦା କରି ତୁମ ପ୍ରେମରେ ଭିଜାଅ
ତନୁରେ ଜଳାଅ ନିଆଁ,
ଯଉବନ ନିଆଁ ଜଳେ ହୁତୁହୁତୁ
ମୋ ପ୍ରେମର ଯଉଘରେ
ପ୍ରଣୟର ରସ ଦେହେ ବୋଳି ଦିଅ
ଅଞ୍ଜଳିର ପ୍ରିତୀ ଜଳେ,
କୁଆଁରି କଢି଼ ମୁଁ କୁଆଁରି ବେଦନା
ମୋତେ ଛଟପଟ କରେ
ରଜନୀଗନ୍ଧାକୁ ଗଭାରେ ଖୋସିଲେ
ତୁମେ ଥିଲାପରି ଲାଗେ,
ଗଭାର ଗଜରା ଭିଡ଼ିନିଅ ଥରେ
କେଶ ହୋଇଯାଉ ଅଡ଼ୁଆ
ଶୀହରଣ ଦିଅ ତନୁ ପର୍ବତରେ
ରମଣର ଛୁଆଁ ବଢିଆ,
କଟି ପଲଙ୍କରେ ରଜମତି ରାତି
ଦେଲ ନାହିଁ ଅନୁମତି
ଏସନ ଫଗୁଣ ଯାଉ ଫେରି ଯାଉ
ଶ୍ରାବଣକୁ ମଧୁରାତି ||




ପୁରଣ ପଧାନ,ଶିଶିଲୋ,ବାଳକାଟି,
ଖୋର୍ଦ୍ଧା, ଦୂରଭାଷ :୮୦୯୩୮୯୮୯୮୪

0 Comments