Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଟି ମା'ର ଅନ୍ତର କଥା - ଜଗଦୀଶ ମିଶ୍ର

ମାଟି ମା'ର ସେ କରୁଣ ଚିତ୍କାର ସଭିଏଁ ଶୁଣନ୍ତି ନିଜ କର୍ଣ୍ଣରେ,
ତଥାପି ମଣିଷ ଦେଖିଚାଲିଛି ବିକଳାଙ୍ଗ ହୋଇ ନୀରବତାରେ ।
ବିଶ୍ଵ ଶାନ୍ତିର ରକ୍ଷା ପାଇଁ ଯେଉଁ ହାତ ଦିନେ କରିଥିଲା ଶପଥ,
ନିଜ ଖୁସି ପାଇଁ ସେହି ହାତ ଆଜି ଅସ୍ତ୍ର ଧରି ଝରାଏ କେତେ ରକତ ।
ଦିନେ ଲଢ଼ୁଥିଲେ ଏକାଠି ହୋଇ ସ୍ବାଧୀନତା ପାଇଁ ଜୀବନ ଦେଇ,
ଆଜିବି ଚାଲିଛି ଲଢେଇ ସଭିଙ୍କ ନିଜ ସାମ୍ରାଜ୍ୟର ବିସ୍ତାର ପାଇଁ ।
ସ୍ଵାର୍ଥୀ ମନୋଭାବ ସାଥିରେ ନେଇ ବଢ଼ିଚାଲିଛି ଏ ମଣିଷ ଧାଡି,
ମଣିଷତ୍ବ ଭୁଲି ହିଂସ୍ର ଜୀବ ହୋଇ ନିଜ ଖୁସି ପାଇଁ ଯାଉଛି ମାଡ଼ି।
ଯେଉଁ ମାଆ ଦିନେ ଗର୍ବ କରୁଥିଲା ଗାନ୍ଧୀ ଗୋପବନ୍ଧୁ ଜନମ ଦେଇ,
ସେହି ମାଆ ଆଜି କାନ୍ଦଇ ନୀରବେ ଆଖିର ଲୁହରେ ରକ୍ତ ଝରେଇ ।




ସିଡିଏ, କଟକ- ୭୫୩୦୧୪

Post a Comment

0 Comments