ତୁମ ଆଇନା - ରୀତା ଅପରାଜିତା ମହାନ୍ତି

ତୁମ ଆଇନା - ରୀତା ଅପରାଜିତା ମହାନ୍ତି


ତୁମ ଆଇନା ରେ ମୁଁ ଲୁଚି ରହିପାରନ୍ତି କି ?
ତୁମ ରୂପପସରାରେ ନିଜକୁ ହଜlଇ ଦିଅନ୍ତି
ତୁମ ମହମହ ଗଜରାରେ
ମୁଁ ମତେ ଖୋଜୁଥିବି
ତୁମେ ସଜ ହେଲେ
ରାତିରେ ବି ସୂର୍ଯ୍ୟ ଉଇଁଲା ପରି ଲାଗେ
ତୁମେ ଋଷିଲେ ଜହ୍ନ ବି ମୁହଁଫୁଲାଇ ଵସେ ।
ତୁମ ଆଇନାର କେତେ ଭାଗ୍ୟ
ନିତି ତୁମକୁ ଦେଖୁଛି
ତୁମ ରୂପର ଅମୃତ ଚାଖୁଛି
ତୁମ ଆଇନା ଭିତରେ ମୁଁ ଲୁଚି ରହିପାରନ୍ତି କି...




ରୀତା ଅପରlଜିତା ମହାନ୍ତି, ଭୁବନେଶ୍ୱର,
ମୋ- ୯୩୩୮୫୮୪୮୫୭

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।