Information

ଅନୁଭୂତି କଥା - ନିରିମାଖି ପ୍ରେମିକା - ଜିତେନ୍ଦ୍ର ସାହୁ

ସକାଳ ଗାଧୁଆ ସାରି ନଈ ତୁଠରୁ ଫେରି ଆସିଥୁଲା ପ୍ରେମିକା ମୋର । ହଳଦୀ ମାଖି ସେ ହଳଦୀ ମୁଖୀ ସତରେ ଭାରି ସୁନ୍ଦର ଦିଶୁଥିଲା । ଯେତେବେଳେ ସିଏ ଗଜଗାମାନୀ ର ରୂପନେଇ ଚାଲି ଆସୁଥିଲା ନା; ତା ଦେହର ବାସ୍ନା ପବନରେ ମିଶି କିଛି ବାରତା ନେଇ ଭାସି ଭାସି ଆସି, ମତେ ନିଦରୁ ଜଗାଇବା ପାଇଁ ସତେ ଯେମିତି ଚେଷ୍ଟା କରୁଥିଲା ଆଉ ମୋ କଳ୍ପନାରେ ତା ରୂପକୁ ବର୍ଣ୍ଣନାକରି ପୁଣି ଫେରି ଯାଉଥିଲା । ମୁଁ ନିଦ୍ରାରେ ଥାଏ, ଆଖି ନ ଖୋଲିଲେ ମଧ୍ୟ ବାଧ୍ୟହେଲି ଯେ ନିଦ ଭଙ୍ଗ କରିବାକୁ । କିଛି ସମୟପରେ ଆଖିକୁ ଅଳପ ମନ୍ଥନ କରି ଯାହା ଦେଖିଲି ତାହା ମୁଁ ବିଶ୍ବାଷ କରିପାଲିନାହିଁ । ଠିକ୍ ତା ଭଳି କେହିଜଣେ ମୋ ଘର ସାମ୍ନାରେ ଥିବା ଫୁଲ ଗଛରୁ ଫୁଲ ତୋଳି ସଂଗ୍ରହ କରୁଛି, ଆଉ ଠିକ୍ ସେଇ ବାସ୍ନା ଆଘ୍ରାଣରେ ମୋର ମନକୁ ପୁଲକିତ ମଧ୍ୟ କରୁଛି । ଉଜ୍ବଳ ହେବାକୁ ଅଳ୍ପ ସମୟ ବାକିଥିଲା ତେଣୁ ତାର ମୁହଁଟି ଝାପ୍ସା ଦେଖାଯାଉଥିଲା, ମୁଁ ଦ୍ବନ୍ଦରେ ପଡି ଧୀର ସ୍ବରରେ ପାଚାରିଲି କିଏ ?? ତମେ କିଏ ? ସେଇଠି ଠିଆ ହୋଇ ଫୁଲ ତୋଳୁଛ।। ସେ ନୀରବ ଥିଲା ମୁଁ ସେମିତି ଶେଯରେ ପଡିରିହିଥାଏ ଘରର ପ୍ରଥମ କବାଟ ଟା ଖୋଲାଥିଲା ତେଣୁ ମୁଁ ସେଇଠି ରହି ସବୁ ଦେଖିପାରୁଥିଲି । ସିଏ ନିରବରେ ରହି ମୋ ଘର ଆଡକୁ ଚାହିଁଲା ଏବଂ ବିନା ଶବଦରେ ଧୀରେ ଧୀରେ ସତେ ଯେମିତି ମୋରି ଆଡକୁ ହିଁ ମାଡି ଆସୁଥିଲା । ସେ ଆସିବାର ଦେଖି ପୁନଶ୍ଚ ମୁଁ ଶୋଇବାର ଅଭିନୟ କରିଲି, ଏମିତି ସେ ପାଦ ଚିପି ଚିପି ଆସି ମୋର ସମୀପରେ ପହଞ୍ଚିଗଲା । ମୋର ମୁହଁ ସାମ୍ନାରେ ତାର ମୁହଁ ରଖି ଓଦା ଜୁଡୁବୁଡୁ ମୁକାଳ କେଶରୁ ଖସୁଥିବା ଟପ୍ ଟପ୍ ପାଣିରେ ମୋ ମୁଖକୁ କେଡେ ଆନନ୍ଦରେ ପଖାଳି ଦେଉଥିଲା, ତାହା ଦେଖି ମନେମନେ ସ୍ଥିରକଲି ଯେ ଇଏ ମୋର ହିଁ ହେଇଥିବ । ପୁଣି ମନରେ ଭାବିଲି ଆଉ କିଛି ସମୟ ପର୍ଯ୍ୟନ୍ତ ୟାକୁ ଏମିତି ବିଚଳିତ କଲେ ତ ମଜା ଆସିଯିବ । ମୁଁ ଏମିତି ଆଖି ବନ୍ଦ୍ କରିକି ଶେଯରେ ଶୋଇଛି, ସିଏ ତାର ପାଦର ପାଉଁଜିକୁ ଛମ୍ ଛମ୍ କଲା , ହାତର ଚୁଡିକୁ ରୁ୍ଣୁଝୁ୍ଣୁ କଲା ଏବଂ କାନର ଝୁମୁକାକୁ ଝୁମ୍ ଝୁମ୍ କରି ନିଦ ଭାଙ୍ଗିବାକୁ ଚେଷ୍ଟା କରୁଥିଲା । ସବୁ ବିଫଳ ହେଲାପରେ ସେ ମୋ ଦୁଇ ଆଖି ଆଉ ମଥାକୁ ଚୁମି ଫେରି ଯାଉଥିଲା,,ମୁଁ ହଠାତ୍ ଆଖି ଖୋଲି ତାର ହିତକୁ ଧରିନେଲି ଆଉ ସିଏ କହିଲା ଛାଡ ମୋର ଡେରି ହେଉଛି । ମୁଁ କହିଲି ଯେ ସବୁ କଲ, ସବୁ ଦେଲ ଏମିତି ଗୋଟେ ଜିନିଷ କଣ ପାଇଁ ଛାଡିକି ପଳଉଛ,,ମୋଠାରୁ କଣ କିଛି ଆଶା କରୁନ କି ? ସେ କହିଲା କଅଣ ଯେ ;ତାପରେ ତା ହାତକୁ ଟାଣି ମୋ ଆଡକୁ ତା ଓଠରେ ମୋ ଓଠ ରଖି ରସାଳିଆ ଚୁମ୍ବନଟେ ଦେଇଦେଲି । ଲାଜରେ ଝାଉଁଳି ଯାଇ କହିଲା ଦୁଷ୍ଟ ଛାଡ ମତେ ଛାଡ,ମୁଁ ପୁଣି ଜାବୁଡି ଧରି ତା କାନ ପାଖରେ "love u" ଯେମିତି କହିଛି ସିଏ ମୋଠୁ ଟିକିଏ ଦୁରକୁ ଯାଇ କହିଲା ଏତିକି ହିଁ ମୁଁ ଚାହୁଁଥିଲି । ତମେ ମତେ ଏମିତି ସବୁବେଳେ ପ୍ରେମ କରୁଥାଅ ମୁଁ ତମ ପାଖେ ପାଖେ ହିଁ ରହିଥିବି ଆଉ କିଛି ବି ଲୋଡାନାହିଁ । ଏତକି କହି ଚାଲିଗଲା ସିଏ, ମୁଁ ମନରେ ଭାବିଲି ସତରେ କେଡେ ନିରିମାଖି ମୋର ପ୍ରେମିକା,,ଛନ୍ଦ କପଟ କିଛି ବୁଝୁନି।।ନିର୍ମଳ ହୃଦୟେ ନିସ୍ପାପ ମନରେ ଭଲପାଇ ଆସୁଛି ଏ ପାଗଳ ପ୍ରେମୀକୁ ।




ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments