ସାଦା ମଲାଟ - ପ୍ରଶାନ୍ତ କୁମାର ସାହୁ

ସାଦା ମଲାଟ - ପ୍ରଶାନ୍ତ କୁମାର ସାହୁ

ଖୋଜିହୁଏ ନମୁନାର ଚାବିକାଠି
ପାଦ ଠାରୁ ଆଖିଯାଏଁ ;
ସବୁ ତ ପୂର୍ବାନୁମାନ ସାଦା ମଲାଟ ପରି !
ହୃଦୟଟା ବିବଶରେ ବୁଡ଼ିଗଲାଣି
ଯୁଗପତ୍ ପ୍ରଚଳିତ ନଈରେ ,
ମଥା ଟେକି ଡାକଦିଏ
କୂଳ ଯିବଛୁଇଁ ଏକା ଏକା
ଧନର ଲମ୍ବା ରଶି ଟାଣି ;
ବସିଯାଅ ଅସ୍ମିତାର ଆସନରେ...
କୁଳ ଆଉ ଦୁଇ କୂଳର ଦୂରତା
ଏକାକାର ହୋଇଯିବ ...
ନିଃସନ୍ଧି ଜୀବନ ଯେବେ
ଘୋଟିଯାଏ ଭୂଇଁନିମ୍ବ
ଇଚ୍ଛାହୁଏ ଲେଉଟାଇବାକୁ ପୃଷ୍ଠା
ବିଛୁଆତିର ତିତିକ୍ଷା ଜାଣିବାକୁ ;
ଖୋଜିବୁଲେ ଆତପତ୍ର
ବଞ୍ଚିବାକୁ ସ୍ବ-ଦହନରପରାଗ ଠାରୁ ;
କିଏ ସେ ଦେବ ବାର୍ତ୍ତା ?
ଆଦରରେ ଧାଡ଼ିଟିଏ ଲେଖି
ହେଉ ପଛେ ରଙ୍ଗହୀନ...
ସାଦା ମଲାଟକୁ ଲେଉଟେଇ ।




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

0 Comments