Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରୀତିପର୍ବ - ସୀମାଞ୍ଚଳ ରଣା

ଯବନିକା ରଚି ସର୍ଵ ବାହାନାକୁ,
ମଧୁରତା ମୁହୂର୍ତ୍ତରେ ।
ସନ୍ଧାନ କରଇ ସନ୍ଧ୍ୟାପର୍ଵ କୁ,
ଆକର୍ଷିତ ସଜ ସାଥେ ।
ତ୍ରପା ତେଜି ଆଜି ମୁକ୍ତ ସେ କରିଛି,
ଗୋଟିଗୋଟି ତ୍ରପା ବସନ ।
ତଥାପି ନିଶିରେ ଝଟକି ଯାଉଛି,
ସ୍ପଟିକ ସମ ଯୌବନ ।
କରି ଆଲିଙ୍ଗନ ଗଳାକୁ ଚୁମ୍ବନ,
ଆଙ୍କିଦିଏ ରତିବାଳା ।
କ୍ରମିକ ପାରିରେ ପ୍ରିତୀ ଗଣନା,
ବଢି ଯାଇ କାମ ଜ୍ବାଳା ।
ଲୋଟିଯାଇ ସେହୁ ମଧୁ ପଲଙ୍କରେ,
ନିମନ୍ତ୍ରୀତେ କୁହେ ଆସ ।
ପ୍ରତୀକ୍ଷା ଓଠରେ ତନ୍ନତନ୍ନ କରି,
ଢାଳିଦିଅ ପ୍ରିତୀରସ ।
ଅଣାୟତ ହୋଇ କାମିନୀ ସ୍ପର୍ଶରେ,
ସ୍ମିତେ ବାସ୍ତବତା ଭାଳି ।
ସଞ୍ଚାଳିତ ହସ୍ତ କୁଚ କାଗଜେ,
ଲେଖିଦିଏ ପତ୍ରାବଳି ।
ବିତିଯାଇ ରାତି ପ୍ରୀତିପର୍ବ ମାତି,
ତୃପ୍ତି ଝଡ଼ ଶାନ୍ତ ପରେ ।
ତଥାପି ଆଦରେ ଆଦରି ନେଇଛି,
ହସ୍ତ ଥୋଇ ବୁକୁତୀରେ ।
କୁକ୍କୁଟ ଡାକରେ ନିଦ୍ରାତେଜି ସେହୁ,
ସଜାଡେ ଅଡୁଆ କେଶ ।
ଦୀପ ପ୍ରଜ୍ୱଳନେ ସ୍ୱତନୁ ଦର୍ଶନ,
ଲଜ୍ୟା ରୋକିବାରେ ପ୍ରୟାସ ।
ହେଉ ପଛେ ନାରୀ ସତୀ ବାରଙ୍ଗନା,
ଲଜ୍ୟା ତ ଭୂଷଣ ଅବଶ୍ୟ ।
ଲଜ୍ୟା ଅଟେ ପରା ନାରୀ ର ଗହଣା,
ସେହିତ ତାହାରି ସର୍ବସ୍ୱ ।
ଆଇନା ଆଗରେ ସ୍ମିତ ହାସ୍ୟ ଦେଇ,
ନିଶିର ଚତୁର୍ଥ ପ୍ରହରେ ।
କୁହେ ମଧୁସଖ ଉଠଉଠ ଏବେ,
ରାତି ତ ଅନ୍ତିମ ଶେଯରେ ।




ସୀମାଞ୍ଚଳ ରଣା,
କୁର୍ତ୍ତମଗଡ଼, କନ୍ଧମାଳ

Post a Comment

0 Comments