OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମୁଁ ତୁମର ହେବାକୁ ଚାହେଁ - ନିରଞ୍ଜନ ପଣ୍ଡା

ମୁଁ ତୁମର ହେବାକୁ ଚାହେଁ - ନିରଞ୍ଜନ ପଣ୍ଡା

ମୁଁ ତୁମର ହେବାକୁ ଚାହେଁ
ଯୌବନ ଭରା ତନୁ ପରବତେ
ଜାଗାଟିଏ ପରା ଦିଏ ,
ନାଚି କୁଦି ଚାପି ରଖିଲେ ବି ମୋତେ
ଲମ୍ପ ଦେଇ ପୁଣି ଚଢ଼ିଲେ ବି କେତେ
ମୋର କିବା ଆସେ ଯାଏ,
ଏ ହୃଦ ସମ୍ପୁର୍ଣ ତୁମକୁ ଚାହେଁ...
ତୁମ ଠାରେ ସମର୍ପି ଯାଏ...
ମୁଁ ତୁମର ହେବାକୁ ଚାହେଁ |
ମୋ ହୃଦ ସବୁଜ ସୀମା ବଳୟରେ
ତୁମ ଅଧିକାର ଅଛି
ଯୌବନ ଭରା ପ୍ରତିଟି ପାହାଚେ
ଚାଲି ଯାଅ କୁଦି ନାଚି,
କରିବିନି ମନା ଦେବିନି ଜନ୍ତ୍ରଣା
ଫୁଟିବନି ପାଦେ କଣ୍ଟା
କଣ୍ଟା ତକ ସବୁ ତନୁ ଆଢୁଆଳେ
ରହିବ କାମନା ଅଠା,
ରମଣର ପ୍ରିତୀ ବର୍ଷା
ଝରି ପଡ଼ୁଥିବ ଅଧରୁ ତଳିପା
ଭିଜି ଯାଉଥିବ ମୋ କୂଆଁରୀ ବକ୍ଷଟା
ଦିଣୁଥିବ ସତେ ଦୁର ପରବତେ
ପ୍ରଷ୍ପୁଟିତ ଫୁଲ ଟିଏ,
ପ୍ରେମ ବରଷାରେ ଗଜୁରି ଉଠିଛି
କଢ଼ିରୁ ଫୁଲ ଫୁଟି ବାହାରିଛି
ଆଉ ଅପେକ୍ଷା କରିଛି ସିଏ
ତୁମରି ଆସିବା ଯାଏଁ..
ମୁଁ ତୁମର ହେବାକୁ ଚାହେଁ |
ଅବିନାସନର ଅବଗାହନରେ
ଚୁମ୍ବନଟେ ଆଙ୍କିଦିଏ
ପ୍ରିତୀ ପରଷରେ ରତି ମଗ୍ନା ହୋଇ
ଲାଜରେ ଝାଉଁଳି ଯାଏ,
ଆଞ୍ଜୁଳେ ଅଞ୍ଜଳି ଢ଼ାଳେ
ପ୍ରିତୀ ପରବର ମୁକୁଳା ତନ୍ଦ୍ରାରେ
ନିଜକୁ ହଜାଇ କହେ,
ମୁଁ ତୁମକୁ ଭଲ ପାଏ
ମୁଁ ତୁମର ହେବାକୁ ଚାହେଁ ||




ପୁରଣ ପଧାନ, ଶିଶିଲୋ ,ବାଳକାଟି,
ଖୋର୍ଦ୍ଧା, ମୋ-୮୦୯୩୮୯୮୯୮୪

0 Comments