Information

ଶ୍ରମିକ - ସାଗର ପ୍ରଧାନ

ଶ୍ରମିକ ମୁଁ ଶ୍ରମିକ
ପରିଶ୍ରମରେ ଠିଆ କରିଛି
ରୁଧିର ର କୋଣାର୍କ ।

ଖରା ବରଷା ତାତି
ଶୀତ କାକର ନାହିଁ ଖାତର
ସହୁ ଥାଏ ମୁଁ ନିତି ।

ସ୍ବପ୍ନ ମୋର ସମାଧି
ଅନ୍ୟ ପାଇଁ ଅଟ୍ଟାଳିକା ଗଢେ
ନୂତନ ତାର ବିଧି ।

ରାସ୍ତା ଘାଟ ପ୍ରାଚୀର
ବ୍ରିଜ ସହର ମହାନଗର
ସୌଧ ଗ୍ରୀଜା ମନ୍ଦିର ।

ସବୁ ନିର୍ମାଣେ ମୋର
ରହିଛି ବିନ୍ଦୁ ରୁଧିରଦାନ
ନାହିଁ ମୋ ପକ୍କା ଘର ।

ସୃଷ୍ଟି ସର୍ଜନା କରେ
ବିସକର୍ମା ଦୂତ ସାଜିଛି ମୁଁ
ନାନାଦି ଅସ୍ତ୍ର ଧରେ ।

ସଂସାର ସୁଖ ପାଇଁ
ଅନ୍ୟର ସ୍ବପ୍ନ କରେ ସାକାର
ନିଜକୁ ଜାଳି ଦେଇ ।




ସାଗର ପ୍ରଧାନ, ଗଞ୍ଜାମ

Post a Comment