ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରବାସୀ ଜୀବନେ ସ୍ମୃତି ଏକା ଚିରସାଥି - ସନ୍ତୋଷ ପଟ୍ଟନାୟକ

ପ୍ରବାସୀ ଜୀବନେ ସ୍ମୃତି ଏକା ଚିରସାଥି - ସନ୍ତୋଷ ପଟ୍ଟନାୟକ

ରାଣ ମୁଁ' ଖାଉଚି କଥା ମୁଁ ଦଉଛି
ଆସିବି ପୂନେଇଁ ଦିନ
ପ୍ରଦୀପ ଜଳାଇ ଅପେକ୍ଷାରେ ଥିବ
ବୁଝିଚି ତୁମରି ମନ

ମନତଳ ସେଇ ଗୋପନ କଥାଟା
କହିବାକୁ ଅଛି ବାକି
ପ୍ରବାସ ଜୀବନ ଅତୀବ ଦାରୁଣ
ସ୍ମୃତି ଏକା ଚିର ସାଥି

ଡେରି ଯଦି ହୁଏ ଟିକେ ଅବା ମୋର
ରୁଷିବନି ଆଗୋସଖି
ରାଣ ମୁଁ' ଖାଉଚି ଆସିବା ପାଇଁକି
ଜହ୍ନକୁ ରଖିଲି ସାକ୍ଷୀ

ଜହ୍ନ ଆଲୁଅରେ ଭିଜା ଜୋଛନାରେ
ଗାଇବା ପ୍ରେମର ଗୀତି
ଛାତିପରେ ମୋର ତୁମମଥା ରଖି
ବିତେଇବା ସାରାରାତି....




ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା, ବ୍ଳକ ,ତିରିଡା଼, ଗଞ୍ଜାମ